ଦିନକୁ ଦିନ ଭାରତରେ କିଡନି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରାଥମିକ ପର୍ଯ୍ୟାୟରେ ସାଧାରଣତଃ କିଡନି ଖରାପ ହୋଇଛି ବୋଲି ଜଣା ପଡିନଥାଏ। ସହଜରେ ଏହାର କୌଣସି ଲକ୍ଷଣ କିଛି ଦେଖାଯାଏନି।

kidney

ମଣିଷ ଶରୀରରେ ଦୁଇଟି କିଡନି ଥାଏ। ଆମ ମୁଠା ଆକାରର କିଡନିଗୁଡିକ ହୋଇଥାଏ। ଏହା ଆମ ଶରୀରରେ ଫିଲଟର ଭଳି କାମ କରେ। ଶରୀରର ବର୍ଜବସ୍ତୁ ତଥା ଟକ୍ସିକ୍ ପରିଶ୍ରା ଦ୍ୱାରା ବାହାର କରିଥାଏ। ଏପରିକି  ଶରୀରରେ ପାଣିର ମାତ୍ରାକୁ କିଡ୍‌ନୀ ନିୟନ୍ତ୍ରଣ କରିଥାଏ।  ସୋଡିୟମ, ପୋଟାସିୟମ ଓ କ୍ୟାଲସିୟମର ସଞ୍ଚାଳନ କିଡନିକରିଥାଏ। ଏଥିରୁ ହରମୋନ ମଧ୍ୟ ବାହାରେ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରେ। ଭିଟାମିନ ଡିର ଆକ୍ଟିଭେସନକିଡନିକରେ ଯାହା ଫଳରେ ଆମ ହାଡ ଶକ୍ତ ହୁଏ। ଏହାର କାମ ୨୪ ଘଂଟା ଯାକ ଚାଲିଥାଏ।

medicines

ସାଧାରଣତଃ କିଡନି ୫୦ ପ୍ରତିଶତ ଖରାପ ହେବା ପରେ ହିଁ ଜଣାପଡିଥାଏ। ମଧୁମେହ ରୋଗୀ କିମ୍ବା ହାଇ ବ୍ଲଡପ୍ରେସର ରୋଗୀଙ୍କର କିଡନି ଖରାପ ହେବାର ବେଶୀ ସମ୍ଭାବନା ଥାଏ। ମାତ୍ରାଧିକ ପେନକିଲର ସେବନ ଦ୍ୱାରା ମଧ୍ୟ ପ୍ରଭାବ ପଡିଥାଏ। ମଦ୍ୟପାନ କରୁଥିବା କିମ୍ବା ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ କିଡନି କାମ କରିନଥାଏ। ପାଣି କମ ପିଇବା ଦ୍ୱାରା ମଧ୍ୟ ଆମ ଶରୀରରେ କିଡନୀଷ୍ଟୋନ ହୋଇଥାଏ।

କିଡନି ଖରାପ ହେଇଛି କି ନାହିଁ ଏହାର ଲକ୍ଷଣ ଟିକେ ବିଳମ୍ବରେ ଜଣାପଡ଼େ। ସାଧାରଣତଃ ଦିନକୁ ଦିନ ଓଜନ କମିବା, ଅଳ୍ପ କାମ କଲେ ହାଲିଆ ଲାଗିବା, ପରିଶ୍ରାରେ ରକ୍ତ ପଡବା, ବାରମ୍ବାର ବାରମ୍ବାର ପରିଶ୍ରା ଯିବା ହେଉଛି କିଡନି ଖରାପ ହେବାର ଲକ୍ଷଣ।

ଯଦି ଏସବୁ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ପରିଶ୍ରାର ନିୟମିତ ପରୀକ୍ଷା କରନ୍ତୁ। ରକ୍ତର ଏକ ପରୀକ୍ଷା ଅଛି ଯାହାକୁ ସେରମ କ୍ରେଟେନିଙ୍ଗ ଟେଷ୍ଟ କୁହାଯାଏ। ଏହା କରିବା ଦ୍ୱାରା କିଡନି କେଉଁ ସ୍ଥିତିରେ ଅଛି ତାହା ସ୍ପଷ୍ଟ ହୋଇଯିବ। ଏହି ଟେଷ୍ଟକୁ ପ୍ରତି ବର୍ଷେ ଦୁଇ ବର୍ଷ ଅନ୍ତରରେ କରନ୍ତୁ। ଯେ କୌଣସି ଔଷଧ ଖାଉଛନ୍ତି ତାହା ଡାକ୍ତରଙ୍କ ସହ ପରାମର୍ଶ କରି ଖାଆନ୍ତୁ। ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ଖାଦ୍ୟ ପାନୀୟ ପ୍ରତି ସଜାଗ ହୁଇନ୍ତୁ। ଦିନକୁ ଅତି କମରେ ଅ।ଠ ଗ୍ଲାସ ପାଣି ପିଅନ୍ତୁ। ଏସବୁ କିଡନିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ।