କିଛି ଖାଦ୍ୟ ଆପଣଙ୍କ ଜୀବନରେ ସାମିଲ କରନ୍ତୁ, ଯାହା ଆପଣଙ୍କ ସମସ୍ତ କେଶ ସମସ୍ୟାକୁ ଦୂର କରିପାରିବ।
ଘନ, କଳା, ଲମ୍ବା କେଶ ହେବା କାହାର ବା ଇଛା ନ ହୁଏ। ହେଲେ ପ୍ରଦୂଷଣ, ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟତତା, ସଠିକ ପୋଷଣର ଅଭାବ ଯୋଗୁଁ କେଶ ରୁକ୍ଷ, ନଷ୍ଟ, ରୂପି, ଝଡ଼ିବା, ପତଳା, ନ ବଢ଼ିବା, ଚନ୍ଦାପଣ, ଅସମୟରେ ପାଚିବା ଭଳି ସମସ୍ୟା ସୃଷ୍ଟି କରିଥାଏ।
ବର୍ତ୍ତମାନର ଯୁବପିଢ଼ି କେଶ ଝଡ଼ିବାକୁ ନିୟନ୍ତ୍ରଣ କରିବା ପାଇଁ ମାର୍କେଟରେ ମିଳୁଥିବା ଉତ୍ପାଦକୁ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହି ପ୍ରଡକ୍ଟ ସାମୟିକ ସମୟ ପାଇଁ କାର୍ଯ୍ୟ କରିଥାଏ। ବେଳେବେଳେ ଏହାର ବ୍ୟବହାର କରି ସାରିବା ପରେ କେଶ ଅଧିକ ମାତ୍ରାରେ ଝଡ଼ିବାକୁ ଆରମ୍ଭ କରେ। ଯଦି ଆପଣ କେଶ ସୁସ୍ଥ ରହିବା ପାଇଁ ସବୁକିଛି କରୁଛନ୍ତି, ହେଲେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି, ପାଣି ପିଉ ନାହାନ୍ତି, ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ କେଶ, ଚର୍ମ ଉପରେ ପଡ଼ିଥାଏ। ତେବେ ସୁସ୍ଥ, ଘନ, ଲମ୍ବା, ମଜଭୁତ କେଶ ପାଇଁ ଡାଏଟ୍ରେ ସାମିଲ କରନ୍ତୁ ଏହି ଖାଦ୍ୟ।
ଭିଟାମିନ୍ ଏ: ଅଣ୍ଡା, କ୍ଷୀର, ଗାଜର, ମିଠା ଆଳୁରେ ଭିଟାମିନ୍ ଏ ପ୍ରଚୁର ପରିମାଣରେ ମିଳିଥାଏ।
ବାୟୋଟିନ: କେଶକୁ ମୁଲାୟମ୍ ଓ ଶୁଷ୍କତାକୁ ଦୂର କରିବା ପାଇଁ ବାୟୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଅଣ୍ଡା, କଦଳୀ, ବାଦାମ, ଗହମ କଞ୍ଚା, ସଲମାନ, ଆଭୋକାଡୋ ଏବଂ କମ୍ ଚର୍ବିଯୁକ୍ତ ପନିରରେ ଭରପୂର ମାତ୍ରାରେ ବାୟୋଟିନ୍ ରହିଛି।
ଜିଙ୍କ: ବାଦାମ ଏବଂ ବିଭିନ୍ନ ମଞ୍ଜି, କଦଳୀ, ଗହମ ଜାତୀୟ ଖାଦ୍ୟ, ଚର୍ବିମୁକ୍ତ ଦହି ଏବଂ ପନିର, ଆଲମଣ୍ଡ ଆଦି ଖାଦ୍ୟରେ ପ୍ରଚୁର ପରିମାଣର ଜିଙ୍କ ଥାଏ।।
ବିଟା-କେରାଟିନ୍ ଯୁକ୍ତ ଖାଦ୍ୟ: ମିଠା ଆଳୁ, ଗାଜର, କଖାରୁ, କନ୍ଦମୂଳରେ ବିଟା କେରାଟିନ୍ ଭରି ରହିଥାଏ।
ଭିଟାମିନ୍ ଇ: ଭିଟାମିନ୍ ଇ କେଶକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ। ଆଭୋକାଡୋ ବାଦାମ, ଆଲମଣ୍ଡ, କାଜୁ ଓ ପାଳଙ୍ଗରେ ଭିଟାମିନ୍ ଇ ରହିଥାଏ।
ଏହିସବୁ ଖାଦ୍ୟକୁ ନିଜ ଜୀବନଶୈଳୀରେ ସାମିଲ କରିବା ଦ୍ୱାରା କେଶ ସୁସ୍ଥ ଓ ଘନ ହୋଇଥାଏ।