କୋଭିଡ୍‌ ଚିକିତ୍ସାରୁ ପ୍ଲାଜ୍‌ମା ଥେରାପିକୁ ବାଦ୍‌ କରିଦିଆଯାଇଛି। ଆଇସିଏମ୍‌ଆର୍‌ ପକ୍ଷରୁ ଏଭଳି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ କୋଭିଡ୍‌-୧୯ ଉପରେ ନ୍ୟାସନାଲ ଟାସ୍କ ଫୋର୍ସ ବୈଠକରେ ସମସ୍ତ ସଦସ୍ୟ ପ୍ଲାଜମା ଥେରାପିକୁ ଚିକିତ୍ସାରୁ ବାଦ୍ ଦେବାକୁ ଦାବି କରିଥିଲେ। ସ୍ୱାସ୍ଥ୍ୟ ବିଷେଶଜ୍ଞଙ୍କ ମତରେ ପ୍ଲାଜମା ଥେରାପି ପ୍ରଭାବଶାଳୀ ନୁହେଁ, ଅନେକ କ୍ଷେତ୍ରରେ ଏହା ଭୁଲ ପ୍ରମାଣିତ ହୋଇଛି।

କୋଭିଡ୍‌ -୧୯ ମହାମାରୀ ଭାରତରେ ଆରମ୍ଭ ହେବା ସମୟରୁ, ପ୍ଲାଜମା ଥେରାପି କୋଭିଡ୍‌ -୧୯ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା। ପ୍ଲାଜ୍‌ମା ଥେରାପି ସାହାଯ୍ୟରେ ମଧ୍ୟମରୁ ଗରୁତର ଲକ୍ଷଣ ଥିବା କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ଏହା ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଥିଲା। ହେଲେ ଅନୁସନ୍ଧାନ ପରେ ଏହା ପ୍ରମାଣିତ ହୋଇଛି ଯେ ସଂକ୍ରମଣର ଗମ୍ଭୀରତାକୁ ହ୍ରାସ କିମ୍ବା ନିୟନ୍ତ୍ରଣ କରିବାରେ ପ୍ଲାଜମା ଥେରାପି ପ୍ରଭାବଶାଳୀ ନୁହେଁ। ଏହା ପ୍ରମାଣ ହେବା ପରେ ଏବେ ଏହାର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।