ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ

କରୋନା ଭାଇରସ୍‌ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ସାମାଜିକ ଦୂରତା ରକ୍ଷା ପାଇଁ ଲୋକମାନଙ୍କୁ ଏବେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଦିନରେ ସମସ୍ତ ପାର୍କ, ଜିମ୍‌କୁ ବନ୍ଦ କରିଦିଆଯାଇଛି। ବିନା ଜିମ୍‌ ଓ ମର୍ଣ୍ଣିଂ ଓ୍ୱାକ୍‌ରେ ନିଜକୁ କେମିତି ଫିଟ୍‌ ଓ ସୁସ୍ଥ ରଖିବେ ସନେଇ ଅନେକ ଚିନ୍ତାରେ ଥିବେ ନିଶ୍ଚୟ। ତେବେ ଟେନସନ ନିଅନ୍ତୁ ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏନେଇ ପରାମର୍ଶ ଜାରି କରିଛି। ଯେତେବେଳେ ଆପଣ ଘରେ ରହି କିଛି କାମ କରୁଛନ୍ତି ତେବେ ପ୍ରତି ୩୦ ମିନିଟରେ କିଛି ସମୟ ପାଇଁ ବ୍ରେକ ନିଅନ୍ତୁ।

old man climibing stairs
ଘର ପାହାଚରେ ତଳ ଉପର ହୁଅନ୍ତୁ

ଲକଡାଉନ ପାଇଁ ଆପଣ ଏବେ ମର୍ଣ୍ଣିଂ ଓ୍ୱାକ କରିପାରୁ ନାହାନ୍ତି ବା ଜିମ୍‌ ଯାଇପାରୁ ନାହାନ୍ତି ତେବେ ଘରେ ପାହାଚରେ ତଳ ଉପର ହୁଅନ୍ତୁ। ପାହାଚରେ ତଳ ଉପର ହେବା ଏକ ପ୍ରକାର ଶାରୀରିକ ବ୍ୟାୟାମ। ଏହାଦ୍ୱାରା ଆପଣ ବିନା ଜିମ୍‌ରେ ନିଜକୁ ଆକ୍ଟିଭ୍‌ ଅନୁଭବ କରିବେ।

exercise after pregnancy

ଷ୍ଟ୍ରେଚିଂ ବ୍ୟାୟାମ କରନ୍ତୁ

ଷ୍ଟ୍ରେଚିଂ ବ୍ୟାୟାମ କରିବା ଦ୍ୱାରା ଶରୀରରେ ନମନୀୟତା ଆସିଥାଏ। ଷ୍ଟ୍ରେଚିଂ ଦ୍ୱାରା ପିଠି ଏବଂ ଅଣ୍ଟାର ଯନ୍ତ୍ରଣା ମଧ୍ୟ କମ ହୋଇଥାଏ। ହାଇ ବ୍ଲଡପ୍ରେସର ଥିବା ଲୋକମାନେ ମଧ୍ୟ ଏପରି ଏକ୍ସରସାଇଜ୍ କରିପାରିବେ। ଷ୍ଟ୍ରେଚିଂ କରିବା ଦ୍ୱାରା ରକ୍ତଚାପ କଣ୍ଟ୍ରୋଲରେ ରହିଥାଏ। କିନ୍ତୁ ଷ୍ଟ୍ରେିଚିଂ କରିବା ପୂର୍ବରୁ ଏହାର ପ୍ରକାର, ତୀବ୍ରତା ଏବଂ ସମୟ ଉପରେ ଧ୍ୟାନ ଦିଅନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

corona awareness

ଡ୍ୟାନ୍ସ କରନ୍ତୁ

ଡ୍ୟାନ୍ସ କରିବା ମଧ୍ୟ ଏକ ପ୍ରକାର ବ୍ୟାୟାମ। ଏହା ଶରୀର ପାଇଁ ମଧ୍ୟ ଭଲ। ଏହାଦ୍ୱାରା ଶୀଘ୍ର ଓଜନ ହ୍ରାସ ହେବା ସହ ଅବସାଦ ଦୂର ହୁଏ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇପାରେ। ଏହା ବ୍ୟତୀତ ଆପଣ ନୂଆ କିଛି ଶିଖିବା ପାଇଁ ବା ଜଣିବା ପାଇଁ ଅନଲାଇନ୍‌ ସୋର୍ସର ସାହାଯ୍ୟ ନେଇପାରିବେ।

ଫଟୋ ସୌଜନ୍ୟ: WHO