exercise

ଆମ ମଧ୍ୟରୁ ଅଧିକାଂଶ ଲୋକ ଏହା ମନେ କରନ୍ତି ଯେ ଖାଲି ପେଟରେ ବ୍ୟାୟାମ କରିବା ଉଚିତ୍। ପ୍ରକୃତରେ କିନ୍ତୁ ଖାଲିପେଟରେ ବ୍ୟାୟାମକୁ ଡାକ୍ତରମାନେ ମଧ୍ୟ ମନା କରୁଛନ୍ତି। ବ୍ୟାୟାମ କରିବା ପୂର୍ବରୁ ଅଳ୍ପ କିଛି ଖାଇନେଲେ ଆପଣଙ୍କୁ ଶକ୍ତି ମିଳିବ।

banana

କଦଳୀ: କଦଳୀ ହେଉଛି ଏପରି ଏକ ଫଳ ଯେଉଁଥିରେ ପ୍ରଚୁର ପରିମାଣର ପୋଟାସିୟମ୍ ଥାଏ। ଏହା ମାଂସପେଶୀକୁ ଶକ୍ତି ଯୋଗାଇଥାଏ। ତେଣୁ ୱାର୍କଆଉଟ୍ କରିବା ପୂର୍ବରୁ ପ୍ରତିଦିନ ଗୋଟିଏ ଲେଖାଏଁ କଦଳୀ ଖାଇବାକୁ ଅଭ୍ୟାସ କରନ୍ତୁ।

ripe mango

ଆମ୍ବ: ଆମ୍ବ ଖାଇବା ଦ୍ୱାରା ଶରୀରରେ ଶକ୍ତିର ସ୍ତର ତୁରନ୍ତ ବୃଦ୍ଧିପାଏ। ଏହାଛଡ଼ା ଏଥିରେ ଭିଟାମିନ୍ ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ।

fresh paneer

ଛେନା: ଛେନାରେ ପ୍ରଚୁର ପରିମାଣର ପ୍ରୋଟିନ୍ ରହିଥାଏ। ଏହା ହଜମ ହେବାକୁ ଅଧିକ ସମୟ ନେଇଥାଏ। ତେଣୁ ବ୍ୟାୟାମ କରିବା ପୂର୍ବରୁ ଏହାକୁ ଖାଇଲେ ତୁରନ୍ତ ଶକ୍ତି ମିଳିଥାଏ। ସେହିପରି ଏହା ପେଟରେ ଗ୍ୟାସ ସୃଷ୍ଟି ହେବାକୁ ଦିଏନାହିଁ।

egg

ଅଣ୍ଡା: ଅଣ୍ଡାରେ ମଧ୍ୟ ପ୍ରଚୁର ପରିମାଣର ପ୍ରୋଟିନ୍ ରହିଥାଏ। ତେଣୁ ବ୍ୟାୟାମ କରିବା ପୂର୍ବରୁ ଏହାକୁ ଖାଇଲେ ହାଲିଆ ଲାଗିନଥାଏ। ହେଲେ ମଧୁମେହ ରୋଗୀମାନେ ଅଣ୍ଡାରୁ ହଳଦିଆ ଅଂଶ ବାହାର କରି ଖାଇବା ଉଚିତ।