କେୟାର ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ‘ହୃଦ୍‌ ଓ ଫୁସ୍‌ଫୁସ୍‌’ ପ୍ରତିରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହାକୁ ଖ୍ୟାତିସମ୍ପନ୍ନ ହୃଦ୍‌ ଓ ଫୁସ୍‌ଫୁସ୍‌ ପ୍ରତିରୋପଣ ବିଶେଷଜ୍ଞ ଡାକ୍ତର କେ ଆର୍‌ ବାଲକ୍ରିଷ୍ଣନ ଶୁଭାରମ୍ଭ କରିଥିଲେ।

care hospital

ମେଡିକାଲ ଡାଇରେକ୍ଟର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, କେୟାର ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁରୀତ୍‌ କୌର ସେଠୀ, କେୟାର ହସ୍ପିଟାଲ ସିଇଓ ଡାକ୍ତର ରାଜୀବ ସିଙ୍ଘଲ ପ୍ରମୁଖ ଉପସ୍ଥିତ ଥିଲେ।

କେ ଆର୍‌ ବାଲକ୍ରିଷ୍ଣନ୍ କହିଥିଲେ, ‘‘କେୟାର ହସ୍ପିଟାଲରେ ହୃଦ ପ୍ରତିରୋପଣର ଶୁଭାରମ୍ଭ ହୋଇଛି। ପ୍ରତ୍ୟେକ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା ହେଉଛି ଆମର ପ୍ରଥମ ଲକ୍ଷ୍ୟ। ଦୁର୍ବଳ ହୃଦ୍‌ ରୋଗୀଙ୍କ ପାଇଁ ଇସିଏମ୍‌ଓ ଏବଂ କାର୍ଡିଆକ୍‌ ଆରେଷ୍ଟ ରୋଗୀଙ୍କ ପାଇଁ ଇସିପିଆର୍‌ ଭଳି ନୂତନ ଟେକ୍ନୋଲୋଜିର ବ୍ୟବସ୍ଥା କରାଯାଇଛି।’’

କେୟାର ହସ୍ପିଟାଲ ସିଇଓ ରାଜୀବ ସିଙ୍ଘଲ କହିଥିଲେ, ‘‘ଓଡ଼ିଶାର ହୃଦ୍‌ ଏବଂ ଫୁସ୍‌ଫୁସ୍‌ ରୋଗୀଙ୍କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଶୁଭାରମ୍ଭ କରାଯାଇଛି। ପ୍ରତ୍ୟେକ ରୋଗୀଙ୍କୁ ଉନ୍ନତମାନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ହେଉଛି ଆମର ମୂଳ ଲକ୍ଷ୍ୟ। ଅତ୍ୟାଧୁନିକ ଏବଂ ଉନ୍ନତ ଚିକିତ୍ସା ପ୍ରଣାଳୀରେ ହୃଦ୍‌ ଏବଂ ଫୁସ୍‌ଫୁସ୍‌ ପ୍ରତିରୋପଣ କରାଯିବ।’’

ଭାରତର ପ୍ରମୁଖ ୫ଟି ହସ୍ପିଟାଲ ଭିତରେ କେୟାର ହସ୍ପିଟାଲ ସ୍ଥାନ ପାଇଛି। ଖୁବ୍‌ ଶୀଘ୍ର ଏଏଏ+ (ଆକାଉଣ୍ଟେବୁଲ, ଆକ୍ସେସିବୁଲ, ଆଫୋର୍ଡେବୁଲ) ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ କେୟାର ହସ୍ପିଟାଲ ନିରବଚ୍ଛିନ୍ନ କାର୍ଯ୍ୟ କରୁଛି। ଓଡ଼ିଶାରେ ହୃଦ୍‌ ଓ ଫୁସ୍‌ଫୁସ୍‌ ପ୍ରତିରୋପଣ କରିବାରେ ଯେଉଁ ପ୍ରତିବନ୍ଧକ ରହିଥିଲା ତାହାକୁ ସୁପର ସ୍ପେସିଆଲିଟି କାର୍ଯ୍ୟକ୍ରମ ମାଧ୍ୟମରେ ଦୂର କରିବାକୁ କେୟାର ହସ୍ପିଟାଲ ଲକ୍ଷ୍ୟ ରଖିଛି।