ଅଚାନକ ପ୍ରବଳ ମୁଣ୍ଡ ବିନ୍ଧିବା, ରୋଗୀ ବେହୋସ ହୋଇଯିବା, ତ୍ୱଚାର ରଙ୍ଗ ପରିବର୍ତ୍ତନ ଇତ୍ୟାଦିକୁ ଅଣଦେଖା କରନ୍ତୁ ନାହିଁ। ଏହା ବ୍ରେନ ଟ୍ୟୁମରର ଲକ୍ଷଣ ହୋଇପାରେ। ତୁରନ୍ତ ଏହାର ଚିକିତ୍ସା କଲେ ଆରୋଗ୍ୟ ସମ୍ଭବପର।

brain-tumour

ମୁଣ୍ଡବିନ୍ଧା: ବ୍ରେନ ଟ୍ୟୁମର ହେଲେ କିଛି କ୍ଷେତ୍ରରେ ରୋଗୀର ମୁଣ୍ଡ ଅଚାନକ ପ୍ରବଳ ବିନ୍ଧିଥାଏ। ଏପରି ହେଲେ ରୋଗୀ ଅସ୍ତବ୍ୟସ୍ତ ହୋଇପଡ଼େ। ସକାଳୁ ନିଦରୁ ଉଠିବାବେଳକୁ ଏହା ଅଧିକ ହୋଇଥାଏ।

ବେହୋସ ହୋଇଯିବା: ଏହି ରୋଗ ହେଲେ ବ୍ୟକ୍ତିଜଣକ ବେଳେବେଳେ ବେହୋସ ମଧ୍ୟ ହୋଇଯାଇଥାନ୍ତି। ଏହି ସମୟରେ ବ୍ଲାଡର ଉପରେ ତାଙ୍କର ନିୟନ୍ତ୍ରଣ ରହେନାହିଁ। ତେଣୁ ବସିଥିବା ବା ଛିଡ଼ା ହୋଇଥିବା ସ୍ଥାନରେ ପରିସ୍ରା ହୋଇଯାଏ।

ତ୍ୱଚାର ରଙ୍ଗ ପରିବର୍ତ୍ତନ ହେବା: ବ୍ରେନ ଟ୍ୟୁମର ହେଲେ ବେଳେବେଳେ ପ୍ରାୟ ୩୦ ସେକେଣ୍ଡ ଧରି ରୋଗୀଙ୍କର ଶ୍ୱାସକ୍ରିୟା ବନ୍ଦ ହୋଇଯାଏ। ଏହି ସମୟରେ ତାଙ୍କ ତ୍ୱଚାର ରଙ୍ଗ ଧୂସର, ନୀଳ, ହଳଦିଆ, ଧଳା ଏବଂ ସବୁଜ ପରି ରଙ୍ଗ ଧାରଣ କରେ।

depression

ବ୍ୟକ୍ତିତ୍ୱରେ ପରିବର୍ତ୍ତନ: ବ୍ରେନ ଟ୍ୟୁମର ହେଲେ ରୋଗୀଜଣକର ବ୍ୟକ୍ତିତ୍ୱ ମଧ୍ୟ ପରିବର୍ତ୍ତନ ହୋଇଯାଏ। ସେ ଅନେକ ସମୟରେ ଥକାପଣ ଅନୁଭବ କରିଥାନ୍ତି। ତେଣୁ ଉଦାସ ରହନ୍ତି। ତାଙ୍କୁ ବାରମ୍ବାର ବାନ୍ତି ଲାଗିଥାଏ, ରାତିରେ ନିଦ ନ ହେବା ଇତ୍ୟାଦି ଅନୁଭବ ମଧ୍ୟ ହୁଏ।

ଏହାଛଡ଼ା କଥା କହିବା, ଶୁଣିବାରେ ସମସ୍ୟା ହୁଏ। ସ୍ମୃତି ଶକ୍ତି ଠିକ ରହେନାହିଁ। ଭାବନାତ୍ମକ ଭାବେ ବ୍ୟକ୍ତିଜଣକ ଅଧିକ ଦୁର୍ବଳ ହୋଇଯାନ୍ତି। ସେହିପରି ଖାଦ୍ୟ ଖାଇବାରେ ମଧ୍ୟ ତାଙ୍କୁ ସମସ୍ୟା ହୋଇଥାଏ।