ଆଜିକାଲି ମୋବାଇଲ ଫୋନ୍‌ ବ୍ୟବହାର କରିବା ଏକ ନିଶା ପାଲଟିଯାଇଛି। ସକାଳୁ ଉଠିବା କ୍ଷଣି ଓ ଶୋଇବା ପୂର୍ବରୁ ଲୋକେମାନେ ଫୋନ୍‌ ଦେଖିଥା’ନ୍ତି। ହେଲେ ଏହା ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଶୋଇବା ପୂର୍ବରୁ ଫୋନ୍‌ ବ୍ୟବହାର କରୁଥିଲେ ଏହା ଆପଣଙ୍କ ନିଦ୍ରା ଉପରେ ପ୍ରଭାବ ପକାଇଥାଏ।

ବହୁଳ ଭାବେ ମୋବାଇଲ ବ୍ୟବହାର କଲେ ଆଖି ତଳ କଳା ଦାଗ ପଡ଼ିବା ସହ ମୁହଁ ଶୁଷ୍କ, ଚର୍ମ କୁଞ୍ଚନ ପଡ଼ିବାର ଆଶଙ୍କା ଅଧିକ ଥାଏ।

ମୋବାଇଲରୁ ବାହାରିଥିବା ନୀଳ ରଙ୍ଗ ଆଖିରେ ପଡ଼ିଲେ ଏହା ଆଖିର ରେଟିନା ଖରାପ କରିଦେଇଥାଏ।

mobile while sleeping

କିଛି ଲୋକ ନିଦ ଲାଗୁଥିବା ବେଳେ ବି ଫୋନ୍‌ ବ୍ୟବହାର କରିଥା’ନ୍ତି। ଫଳରେ ତାଙ୍କ ଶରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଅଧିକ ମୋବାଇଲ୍‌ ବ୍ୟବହାର କଲେ ତାହା ଆମ ଅଙ୍ଗପ୍ରତ୍ୟେଙ୍ଗକୁ ଦର୍ବଳ କରିବା ସହ ଆପଣଙ୍କୁ ଅଳସୁଆ କରିଦିଏ।

ମୋବାଇଲ ଓ କମ୍ପ୍ୟୁଟରର ବହୁଳ ବ୍ୟବହାର ଆପଣଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। କିଛି ଲୋକଙ୍କର ମୁଣ୍ଡ ବିନ୍ଧିବା ସହ ଆଖି ପୋଡ଼ିଥାଏ।

ମୋବାଇଲ ପ୍ରତିଦିନ ବ୍ୟବହାର କରିବା ଫଳରେ ଆପଣଙ୍କ ତ୍ୱଚାର ରଙ୍ଗରେ ମଧ୍ୟ ପରିବର୍ତ୍ତନ ଆସିଥାଏା ତେବେ ଉଜ୍ୱଳ ତ୍ୱଚା ପାଇଁ ପ୍ରତିଦିନ ଶୋଇବାର ୨ ଘଣ୍ଟା ପୂର୍ବରୁ ଫୋନଠାରୁ ଦୂରେଇ ରହନ୍ତୁ।

ସ୍ୱାସ୍ଥ୍ୟ ପ୍ଲସ୍ ହେଲଥ କ୍ଲବ୍ ଫେସବୁକ୍ ଗ୍ରୁପରେ ଜଏନ କରନ୍ତୁ, ମାଗଣାରେ ଉପାଦେୟ ସ୍ୱାସ୍ଥ୍ୟ ସୂଚନା ଓ ପରାମର୍ଶ ଲାଭ କରନ୍ତୁ ଏବଂ ଅନ୍ୟମାନଙ୍କ ସହିତ ଭାବର ଆଦାନପ୍ରଦାନ କରନ୍ତୁ!
www.facebook.com/groups/swasthyaplus