ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବାଲେଶ୍ଵର ଜିଲ୍ଲାର। ଏଥିସହିତ ବାଲେଶ୍ଵରରେ ମୋଟ୍‌ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ରାଜ୍ୟରେ ୬ କରୋନା ପଜିଟିଭ୍‌ କେସ ସାମ୍ନାକୁ ଆସିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Corona 1

 

ଆଜି ଗୋଟିଏ ଦିନରେ ୬ ଜଣଙ୍କ ମଧ୍ୟରୁ ୪ ଜଣ ଯାଜପୁରର ହୋଇଥିବା ବେଳେ ବାଲେଶ୍ଵରର ଦୁଇ ଜଣ ଆକ୍ରାନ୍ତ ଅଛନ୍ତି। ତେବେ ଏମାନଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି। ତେଣୁ ଜଳେଶ୍ଵରରେ ପଶ୍ଚିମବଙ୍ଗ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

 

ଗତ ୩ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଭୁବନେଶ୍ଵର ଅପେକ୍ଷା ବାଲେଶ୍ଵର, ଭଦ୍ରକ ଓ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ୩ ଅଞ୍ଚଳ ମଧ୍ୟ ହଟସ୍ପଟ ଭାବେ ଚିହ୍ନଟ ହୋଇଛନ୍ତି।

odishare corona

ଏହାସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ୍‌ ୩୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥି ସହ ରାଜ୍ୟରେ ୫୫ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ଜଣକର ମୃତ୍ୟୁ ହୋଇଛି।