angry mood

ଆଜିକା ସମୟରେ ଅନେକ ଲୋକ କିଛି କାରଣ ନଥାଇ ଚିଡଚିଡ୍ ହୋଇଥାନ୍ତି। ଅନ୍ୟମାନଙ୍କ ଉପରେ ରାଗିଥାନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି, କେତେ ଦିନ ହେବ ଏମିତି ହେଉଛି, ଏହା ପଛରେ କାରଣ କଣ ହୋଇପାରେ? ଯଦି ନ ଭାବିଛନ୍ତି ତେବେ ସମୟ ମିଳିଲେ ଭାବନ୍ତୁ କାରଣ ଏହି ଗୋଟିଏ ସମସ୍ୟା ଅନେକ ଅସୁବିଧାର କାରଣ ହୋଇପାରେ।

କାହିଁକି ହୁଏ

ସାଧାରଣତଃ କାମର ଚାପ ବଢ଼ିଲେ ତାହା ନିତିଦିନିଆ ଜୀବନଶୈଳୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଅନେକ କ୍ଷେତ୍ରରେ ଦେଖାଯାଇଥାଏ ଅଧିକ ଚାପ କାରଣରୁ ବ୍ୟକ୍ତି ଜଣଙ୍କ ଚିଡଚିଡ୍ ହୁଏ ଅବା ବିରକ୍ତିଭାବ ପ୍ରକାଶ କରିଥାଏ।

ଯଦି କାମର ଚାପ ବଢ଼ୁଛି ତେବେ ସେ ବ୍ୟକ୍ତିଜଣଙ୍କ ନିଜପାଇଁ ସମୟ ଦେବାକୁ ଭୁଲିଯାଆନ୍ତି, ଖାଇବାକୁ ଭୁଲିଯାଆନ୍ତି, ହସିବା ଭୂଲିଯାଆନ୍ତି ଯେଉଁଥିପାଇଁ ରାଗ, ବିରକ୍ତିଭାବ ପ୍ରକାଶ ପାଇଥାଏ।

କଣ କରିବେ

ଯଦି ଏମିତି ହେଉଛି ତେବେ ନିଜ ଜିବନଶୈଳୀ ଲାଗି ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ। ସବୁକାମ ଲାଗି ପ୍ରତିଦିନ ଅଳ୍ପସମୟ ହେଲେବି ସମୟ ବାହାର କରନ୍ତୁ।

ଅନ୍ୟମାନଙ୍କ ପାଇଁ ନୁହଁ କେମିତି ନିଜେ ଖୁସିରହିବେ ତାହା ଚିନ୍ତା କରିବା ଦରକାର, କଣ କଲେ ଆପଣଙ୍କୁ ଖୁସି ଦେବ ତାହା କରିବାର ଆବଶ୍ୟକତା ରହୁଛି। ଯଦି ପରିବାର ସହଯୋଗ କରୁନାହାନ୍ତି ତେବେ ସେମାନଙ୍କୁ ବୁଝାନ୍ତୁ।