sunscreen

ତ୍ୱଚା ପରି ଆମର କେଶ ପାଇଁ ମଧ୍ୟ ସନସ୍କ୍ରିନ୍ ଆବଶ୍ୟକ ହୋଇଥାଏ। ବଜାରରେ ଅନେକ ପ୍ରକାର ହେଆର ସନସ୍କ୍ରିନ୍ ଉପଲବ୍ଧ ହେଉଛି। କିନ୍ତୁ ପ୍ରାକୃତିକ ଭାବେ ଘରେ ମଧ୍ୟ ଆପଣ କେଶ ପାଇଁ ସନସ୍କ୍ରିନ୍ ପ୍ରସ୍ତୁତ କରିପାରିବେ।

sunlight for hair

କେଶ ପାଇଁ ଏକ ପ୍ରାକୃତିକ ସନସ୍କ୍ରିନ୍ ହେଲା ରାଶି ତେଲ। ଏହାର ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମିରୁ କେଶକୁ ସୁରକ୍ଷା ଦେଇଥାଏ। ରାଶି ତେଲକୁ ନିୟମିତ ଭାବେ କେଶରେ ମାଲିସ କଲେ କେଶ ନଷ୍ଟ ହୋଇ ନଥାଏ। କେଶର ଚମକ ଅତୁଟ ରହେ। ସେହିପରି ରାଶି ତେଲରେ କିଛି ବୁନ୍ଦା ବାଦାମ ଓ ନଡ଼ିଆତେଲ ମିଶାଇଲେ ଉପକାର ମିଳିଥାଏ।

sunscreen for hair

କେଶପାଇଁ ଆଉ ଏକ ପ୍ରାକୃତିକ ଓ ଲୋକପ୍ରିୟ ସନସ୍କ୍ରିନ୍ ହେଲା ମେହେନ୍ଦୀ। ଏହା କେଶକୁ ଅତି ବାଇଗଣୀ ରଶ୍ମିରୁ ରକ୍ଷା କରିବା ସହିତ ହେୟାର ଡାଇ ଭାବେ ବି କାମ କରିଥାଏ। ପାଚିଲା କେଶରେ ମେହେନ୍ଦୀ ବ୍ୟବହାର କରି କଳା ବା ନାଲି ରଙ୍ଗର କରିପାରିବେ।

ଏଥିଲାଗି ରାତିରୁ ମେହେନ୍ଦୀ ପାଉଡରକୁ ଭିଜାଇ ରଖନ୍ତୁ। ସକାଳୁ ସେହି ପେଷ୍ଟକୁ କେଶରେ ଲଗାଇ ୪୫ ମିନିଟ୍ ଛାଡ଼ି ଦିଅନ୍ତୁ। ଏହାପରେ ସାମ୍ପୁ କରି ନିଅନ୍ତୁ। ପ୍ରାୟ ଏକମାସ ବ୍ୟବହାର କରିବା ପରେ ଆପଣ ଫରକ ଜାଣିପାରିବେ।

tea leaves for hair

ଚା’ ପତିର ରସ କେଶପାଇଁ ସବୁଠୁ ସୁରକ୍ଷିତ ସନସ୍କ୍ରିନ୍। ଏହା କେଶ ଶୁଷ୍କ କେଶ ପାଇଁ ବେଶ୍ ଭଲ। ଏଥିପାଇଁ ଗୋଟିଏ ପ୍ୟାନରେ ଚା’ ପତି ପକାଇ ଫୁଟିବାକୁ ଦିଅନ୍ତୁ। ପରେ ପତିକୁ ଛାଣିନେଇ ପାଣିକୁ ଥଣ୍ଡା କରନ୍ତୁ। ସେହି ପାଣିକୁ କେଶରେ ଲଗାଇ ୧୫-୨୦ ମିନିଟ୍ ଛାଡ଼ି ଦିଅନ୍ତୁ। ପରେ କେଶକୁ ଧୁଅନ୍ତୁ। ଚା’ପାଣି କେଶ ଉପରେ ଏକ ପରସ୍ତ ବନାଇ ରଖିବ, ଯାହାକି କେଶକୁ ଅତି ବାଇଗଣୀ ରଶ୍ମିରୁ ରକ୍ଷା କରିବ।

aloe vera for hair

ଘିକୁଆଁରୀ ମଧ୍ୟ ଏକ ଭଲ ପ୍ରାକୃତିକ ସନସ୍କ୍ରିନ୍। ତା’ର ରସକୁ ବାହାର କରି ଗାଧୋଇବାର ଅଧ ଘଣ୍ଟା ପୂର୍ବରୁ କେଶରେ ଲଗାନ୍ତୁ। ପରେ କେଶକୁ ଭଲ ଭାବେ ଧୋଇନିଅନ୍ତୁ। ଏହା ଏକ ଭଲ ମଏଶ୍ଚରାଇଜର ଭାବେ ବି କାମ କରିବ।