eye care

ମୁଖ୍ୟ ବିଷୟଗୁଡ଼ିକ

  • ସାରା ବିଶ୍ୱରେ ୧.୩ ଶହ ନିୟୁତ ବ୍ୟକ୍ତି କୌଣସି ପ୍ରକାରର ଦୃଷ୍ଟିଶକ୍ତି ସମସ୍ୟା ସହିତ ବଞ୍ଚୁଛନ୍ତି।
  • ଦୂର ଦୃଷ୍ଟି, ନିକଟ ଦୃଷ୍ଟି, ଅନ୍ୟାନ୍ୟ ଚକ୍ଷୁ ରୋଗ ଓ ଦୃଷ୍ଟିହୀନତା ଏହାର ଅନ୍ତର୍ଭୁକ୍ତ।
  • ସାରା ବିଶ୍ୱରେ ପ୍ରାୟ ୩୬ ନିୟୁତ ଦୃଷ୍ଟିହୀନ ବ୍ୟକ୍ତି ରହିଛନ୍ତି।
  • ପ୍ରାୟ ୮୨୬ ନିୟୁତ ବ୍ୟକ୍ତି ନିକଟ ଦୃଷ୍ଟି ଦୋଷରେ ଆକ୍ରାନ୍ତ।
  • ଅଧିକାଂଶ ଦୃଷ୍ଟିଶକ୍ତି ସମସ୍ୟା ରହିଥିବା ବ୍ୟକ୍ତିଙ୍କର ବୟସ ୫୦ ବର୍ଷରୁ ଅଧିକ।
  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମସ୍ତ ଦୃଷ୍ଟିଶକ୍ତି ସମସ୍ୟା ଭିତରୁ ପ୍ରାୟ ୮୦ ପ୍ରତିଶତ ଏଡ଼ାଇ ଦିଆଯାଇପାରିବ ବା ନିରାକରଣଯୋଗ୍ୟ।

 ଦୂରଦୃଷ୍ଟିରେ ସମସ୍ୟା:

  • ସାମାନ୍ୟ ଦୃଷ୍ଟିଶକ୍ତି ସଠିକତା ୬/୧୨ରୁ ଅଧିକ ଖରାପ
  • ମଧ୍ୟମ ଦୃଷ୍ଟିଶକ୍ତି ସଠିକତା ୬/୧୮ରୁ ଅଧିକ ଖରାପ
  • ଦୃଷ୍ଟିହୀନତା- ଦୃଷ୍ଟିଶକ୍ତି ସଠିକତା ୩/୬୦ରୁ ଅଧିକ ଖରାପ

ନିକଟ ଦୃଷ୍ଟିଦୋଷ ସମସ୍ୟାଗୁଡ଼ିକ:

ଏଠାରେ ଏନ୬ କିମ୍ବା ଏମ.୦୮ରୁ ଅଧିକ ଦୃଷ୍ଟିଶକ୍ତି ବିଶୃଙ୍ଖଳା ସୂଚିତ ହୋଇଥାଏ। ଜଣେ ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ସମସ୍ୟା ବିଭିନ୍ନ ବିଷୟ ଉପରେ ନିର୍ଭର କରି ଭିନ୍ନ ଭିନ୍ନ ହୋଇପାରେ। ଉଦାହରଣସ୍ୱରୂପ କୌଣସି ରୋଗ ପାଇଁ ଚିକିତ୍ସାର ଉପଲବ୍ଧତା, ଉପଶମ ପାଇଁ ସୁବିଧା, ଆବଶ୍ୟକ ଜିନିଷ ଯେପରିକି ଚଷମା, ଲେନ୍‌ସ, ଧଳା ବାଡ଼ି, ଇତ୍ୟାଦି ମିଳିବା), ପରିବହନ ଏବଂ ସୂଚନା ଅନୁଯାୟୀ ରୋଗର ପ୍ରଭାବ ଭିନ୍ନ ଭିନ୍ନ ହୋଇଥାଏ।

ପ୍ରବଳତା: ସାରା ବିଶ୍ୱରେ ୧.୩ ଶହ ନିୟୁତରୁ ଅଧିକ ବ୍ୟକ୍ତି କୌଣସି ନା କୌଣସି ପ୍ରକାରର ନିକଟ ଏବଂ ଦୂର ଦୃଷ୍ଟି ଦୋଷରେ ଆକ୍ରାନ୍ତ ହୋଇଥାନ୍ତି।ଜନସଂଖ୍ୟା ବୃଦ୍ଧି ଓ ବୟସ ବୃଦ୍ଧି ସହିତ ଜନସାଧାରଣଙ୍କ ମଧ୍ୟରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

cataract

କାରଣଗୁଡ଼ିକ

ସାରା ବିଶ୍ୱରେ ଦୃଷ୍ଟିଶକ୍ତି ସମସ୍ୟାର ପ୍ରମୁଖ କାରଣଗୁଡ଼ିକ ହେଉଛି

  • ସଂଶୋଧିତ ହୋଇନଥିବା ରିଫ୍ରାକ୍ଟିଭ୍ ଏରର୍
  • କାଟ୍ରାକ୍ଟ ବା ମୋତିଆବିନ୍ଦୁ
  • ବୟସ ସମ୍ପର୍କିତ ପିତବିନ୍ଦୁ କ୍ଷୟ
  • ଡାଇବେଟିକ୍ ରେଟିନୋପାଥୀ
  • କର୍ନିଆଲ୍ ଓପାସିଟି
  • ଟ୍ରାକୋମା

ଏହାର କାରଣ ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ହୋଇଥାଏ। ଉଦାହରଣସ୍ୱରୂପ, ନିମ୍ନ ଏବଂ ମଧ୍ୟମ ଆୟବର୍ଗ ଦେଶରେ ମୋତିଆବିନ୍ଦୁଜନିତ ଦୃଷ୍ଟିଶକ୍ତି ସମସ୍ୟା ଉଚ୍ଚ ଆୟ ବର୍ଗ ଦେଶ ତୁଳନାରେ କମ୍‌ ହୋଇଥାଏ। ଉଚ୍ଚ ଆୟ ବର୍ଗ ଦେଶଗୁଡ଼ିକରେ ଡାଇବେଟିକ୍‌ ରେଟିନୋପାଥୀ, ଗ୍ଲାକୋମା ଏବଂ ବୟସ ସମ୍ପର୍କିତ ପିତବିନ୍ଦୁ କ୍ଷୟ ଅଧିକ ସାଧାରଣ ହୋଇଥାଏ।

ପିଲାମାନଙ୍କ ମଧ୍ୟରେ, ଭିନ୍ନ ଭିନ୍ନ ଦେଶରେ ଦୃଷ୍ଟିଶକ୍ତି ସମସ୍ୟାର କାରଣ ଅଲଗା ଅଲଗା ହୋଇଥାଏ। କମ୍ ଆୟବର୍ଗ ଦେଶଗୁଡ଼ିକରେ ଜନ୍ମଗତ ମୋତିଆବିନ୍ଦୁ ଅନ୍ୟତମ ପ୍ରମୁଖ କାରଣ ହୋଇଥିଲା ବେଳେ ଉଚ୍ଚ ଆୟ ବର୍ଗ ଦେଶଗୁଡ଼ିକରେ ରେଟିନୋପାଥୀ ଅଫ୍ ପ୍ରିମାଚ୍ୟୁରିଟି ଅଧିକ ଦେଖାଦେବାର ସମ୍ଭାବନା ରହିଥାଏ।

refractive error glasses

ଦୃଷ୍ଟିଶକ୍ତି ସମସ୍ୟାର ସମାଧାନ ପାଇଁ କୌଶଳଗୁଡ଼ିକ

ସାରା ବିଶ୍ୱରେ ଦେଖାଦେଉଥିବା ୮୦% ଦୃଷ୍ଟିଶକ୍ତି ସମସ୍ୟା ସାବଧାନତା ଅବଲମ୍ବନ କଲେ ଏଡ଼ାଇ ଦିଆଯାଇପାରିବ। ଚକ୍ଷୁ ରୋଗର ନିରାକରଣ ଓ ଚିକିତ୍ସା ପାଇଁ ପ୍ରଭାବଶାଳୀ ଉପାୟମାନ ଉପଲବ୍‌ଧ ରହିଛି। ଉଦାହରଣସ୍ୱରୂପ ସଂଶୋଧିତ ହୋଇନଥିବା ରିଫ୍ରାକ୍ଟିଭ୍ ଏରର ଚଷମା ବ୍ୟବହାର କରି ସଂଶୋଧନ କରାଯାଇପାରିବ ଏବଂ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଦ୍ୱାରା ଦୃଷ୍ଟିଶକ୍ତି ଫେରାଇ ଅଣାଯାଇପାରିବ। ଚକ୍ଷୁ ପ୍ରତ୍ୟାରୋପଣ ଦ୍ୱାରା ଦୃଷ୍ଟିହୀନ ବ୍ୟକ୍ତିମାନଙ୍କର ଦୃଷ୍ଟିଶକ୍ତି ଫେରାଇ ଅଣାଯାଇପାରିବ।