milk

କ୍ଷୀର ଗରମ ନା ଥଣ୍ଡା ପିଇବା ଭଲ, ତାହା ଅନେକଙ୍କ ମନରେ ପ୍ରଶ୍ନ ଥାଏ। କିଛି ଲୋକ ଏମିତି ବି ଭାବନ୍ତି ଯେ କ୍ଷୀର କେତେବେଳେ ପିଇବା ଦରକାର। କ୍ଷୀର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, ପୋଟାସିୟମ ଏବଂ ଭିଟାମିନ୍ ଡିର ମାତ୍ରା ପ୍ରଚୁର ପରିମାଣର ଥାଏ। କିଛି ଲୋକ ଗରମ କ୍ଷୀର ପିଇବା ପସନ୍ଦ କରନ୍ତି। କିଛି ଲୋକଙ୍କୁ ଥଣ୍ଡା କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି। ଜାଣନ୍ତୁ ଥଣ୍ଡା ନା ଗରମ କ୍ଷୀର, କ’ଣ ପିଇବା ଶରୀର ପାଇଁ ଲାଭଦାୟକ।

ଗରମ କ୍ଷୀର ପିଇଲେ ଜଲଦି ହଜମ ହୋଇଥାଏ। ଗରମ କ୍ଷୀରରେ ଲାକଟୋଜର ମାତ୍ରା କମ୍ ଥାଏ। ଏହା ପିଇବା ଦ୍ୱାରା ହଜମ ଶୀଘ୍ର ହୋଇଥାଏ।

hot milk

କ୍ଷୀର ଗରମ ପିଇବା ଦ୍ୱାରା ନିଦ ଠିକ୍ ହୋଇଥାଏ। ଯଦି ଶରୀର ଅସୁସ୍ଥ ଥାଏ, ଶୋଇବା ପୂର୍ବରୁ ଗୋଟେ ଗିଲାସ ଗରମ କ୍ଷୀର ପିଇବା ଲାଭଦାୟକ। କ୍ଷୀରରେ ଏକ ପ୍ରକାର ଏମିନୋ ଏସିଡ୍ ଥାଏ, ଯାହାକି ସେରୋଟୋନିନ୍ ଓ ମେଲାଟୋନିନ୍ ଭଳି କେମିକାଲ ସୃଷ୍ଟି କରିଥାଏ। ଫଳରେ ଆରାମ ଲାଗିବା ସହ ନିଦ ବି ଆସିଥାଏ।

ଏସିଡିଟି ଦୂର କରିବା ଲାଗି ପିଅନ୍ତୁ ଥଣ୍ଡା କ୍ଷୀର

ଥଣ୍ଡା କ୍ଷୀର ପେଟରେ ଏସିଡିଟି କାରଣରୁ ହେଉଥିବା ପୋଡ଼ାଜଳାକୁ ଉପଶମ ଦେଇଥାଏ। ଖାଇ ସାରିବା ପରେ ଏକ ଗିଲାସ ଥଣ୍ଡା କ୍ଷୀର ପିଇବା ଫଳରେ ଏସିଡ୍ ଉତ୍ପାଦନ କମ୍ ହୋଇଥାଏ।

ଥଣ୍ଡା କ୍ଷୀର ପିଇବା ଫଳରେ ଶରୀରରେ ଜଳୀୟଅଂଶ ମାତ୍ରା କମି ନଥାଏ। ସକାଳୁ ଥଣ୍ଡା କ୍ଷୀର ପିଇବାର ଭଲ ସମୟ ହୋଇଥାଏ। ଯଦି ଫ୍ଲୁ ବା ଥଣ୍ଡାରେ ପୀଡ଼ିତ ଥାନ୍ତି, ତେବେ ଥଣ୍ଡା ବଦଳରେ ଗରମ କ୍ଷୀର ପିଅନ୍ତୁ।