ଗ୍ୟାଙ୍ଗ୍ରିନ ହେଉଛି ଏକ ପ୍ରକାର ଚର୍ମ ରୋଗ। ଶରୀରରେ ରକ୍ତ ଶର୍କରାର ମାତ୍ରା ବଢ଼ିଗଲେ ଏହି ଚର୍ମ ରୋଗ ଦେଖାଯାଇଥାଏ।
ଗ୍ୟାଙ୍ଗ୍ରିନର ଲକ୍ଷଣ (Symptoms of gangrene in odia)
ଦୁର୍ବଳ ଚର୍ମ
ଚର୍ମ କୁଣ୍ଡାଇବା, ଲାଲି ପଡ଼ିଯିବା ଏବଂ ଯନ୍ତ୍ରଣା ହେବା।
ଚମଡ଼ା ଫୁଲିଯିବା
ଜ୍ୱର ଆସିବ ଏବଂ ଦୁର୍ବଳ ଅନୁଭବ ହେବା
ଚର୍ମ ପୋଡ଼ି ହୋଇଯିବା ପରି କଳା ଏବଂ ଲାଲି ଦେଖାଯିବା
ପାଟିରୁ ଦୁର୍ଗନ୍ଧ ବାହାରିଥାଏ।
ଘା’ରୁ ଗନ୍ଧ ବାହାରିବା
ଗ୍ୟାଙ୍ଗ୍ରିନ ଯୋଗୁଁ ନିମ୍ନ ରକ୍ତଚାପ ହୋଇଥାଏ।
ହୃଦ ସ୍ପନ୍ଦନ ତ୍ୱରିତ ହୋଇଯିବା
ଶରୀରର ତାପମାତ୍ରା କମ ହୋଇଯିବା
ନିଶ୍ଵାସପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବା
ମୁଣ୍ଡ ବ୍ୟଥା
ଚର୍ମରେ ରାସେସ ପଡ଼ିଯିବା
ଗ୍ୟାଙ୍ଗ୍ରିନର ପ୍ରକାରଭେଦ (Types of gangrene in odia)
ଗ୍ୟାଙ୍ଗ୍ରିନ ମୁଖ୍ୟତଃ ତିନି ପ୍ରକାରର ଦେଖିବାକୁ ମିଳିଥାଏ। ଶୁଖିଲା ଗ୍ୟାଙ୍ଗ୍ରିନ, ଆର୍ଦ୍ର ଗ୍ୟାଙ୍ଗ୍ରିନ, ଗ୍ୟାସ ଗ୍ୟାଙ୍ଗ୍ରିନ ଭଳି ତିନୋଟି ଗ୍ୟାଙ୍ଗ୍ରିନ ଶରୀରରେ ଦେଖିବାକୁ ମିଳିଥାଏ।। ଏଗୁଡ଼ିକ ଶରୀରର ବାହାର ପଟେ ବିକଶିତ ହୋଇଥାଏ। ଶରୀରର ଯେଉଁ ଅଂଶରେ ଟିସୁ ଆର୍ଦ୍ର ହୋଇଥାଏ, ସେଠାରେ ଆର୍ଦ୍ର ଗ୍ୟାଙ୍ଗ୍ରିନ ହୋଇଥାଏ। ଅନେକ ମଧୁମେହ ରୋଗୀଙ୍କ ତ୍ୱଚାର ଟିସୁରେ ବ୍ୟାକ୍ଟେରିଆ ହୋଇଯାଆନ୍ତି। ଏହି ଘା’ରୁ ଦୁର୍ଗନ୍ଧ ଗ୍ୟାସ ବାହାରି ଥାଏ। ଫଳରେ ଆଖପାଖ ତ୍ୱଚାରେ ଏହି ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପିଥାଏ। ଏହାକୁ ଗ୍ୟାସ ଗ୍ୟାଙ୍ଗ୍ରିନ କୁହାଯାଏ।
ମଧୁମେହ ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇବା ସହ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପକାଇଥାଏ। ରକ୍ତ ପ୍ରବାହ କମ ହେବା କାରଣରୁ ଶରୀରରେ କୌଣସି ଆଘାତ ଲାଗିଲେ କିମ୍ବା ଘା’ ହେଲେ ଏହା ଭଲ ହେବାକୁ ବହୁତ ସମୟ ଲାଗିଥାଏ। ଏହି ସମସ୍ୟାକୁ ପେରିଫେରାଲ ଭାସ୍କ୍ୟୁଲାର ଡିଜିଜ କୁହାଯାଏ।
ମଧୁମେହ କାରଣରୁ ଗୋଡ଼ରେ ମଧ୍ୟ ଅନେକ ପ୍ରକାରର ସଂକ୍ରମଣ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ଫଙ୍ଗଲ ଇନଫେକ୍ସନ୍, ଏଥଲିଟ୍ ଫୁଟ୍, ସେଲ୍ୟୁଲସ କର୍ଣ୍ସ, ଫଫୋଲ, ଡ୍ରାଏସ୍କିନ୍, ଡାଏବେଟିକ୍ ଅଲସର, ହ୍ୟାମର ଟୋ ଆଦି ରହିଛି। ଏସବୁ ସଂକ୍ରମଣ ପ୍ରଭାବରେ ମଧ୍ୟ ବାହାରେ ଗ୍ୟାଙ୍ଗ୍ରିନ ହୋଇଥାଏ।
କିପରି ଚିହ୍ନଟ କରାଯାଏ ଗ୍ୟାଙ୍ଗ୍ରିନ? (How to diagnosis gangrene in odia)
ରକ୍ତ ପରୀକ୍ଷା ମାଧ୍ୟମରେ ଗ୍ୟାଙ୍ଗ୍ରିନ ଚିହ୍ନଟ କରାଯାଇଥାଏ। ରକ୍ତ ଟିସୁଗୁଡ଼ିକ କେତେ ମାତ୍ରାରେ ସଂକ୍ରମିତ ତାହା ବାବଦରେ ଜାଣିବା ପାଇଁ ରକ୍ତ ପରୀକ୍ଷା କରାଯାଇଥାଏ।
ସିଟି ସ୍କାନ ଏବଂ ଏମଆରଆଇ ମାଧ୍ୟମରେ ଘା’ କେତେ ମାତ୍ରାରେ ସଂକ୍ରମିତ ହୋଇଛି ସେ ସମ୍ବନ୍ଧରେ ଜଣାପଡ଼ିଥାଏ।
ରକ୍ତ କଣିକା, ଟିସୁ ଏବଂ ମାଂସ କଲଚର ମଧ୍ୟ କରାଯାଇ ଗ୍ୟାଙ୍ଗ୍ରିନର ଚିକିତ୍ସା କରାଯାଇଥାଏ।
ଶରୀରର ଆଭ୍ୟନ୍ତରୀଣ ଅଂଶରେ ଗ୍ୟାଙ୍ଗ୍ରିନ ପ୍ରଭାଵ କମାଇବା ପାଇଁ ସର୍ଜରୀ କରାହୋଇଥାଏ।
ଶରୀରରୁ ମୃତ ଟିସୁଗୁଡ଼ିକ ସର୍ଜରୀ ମାଧ୍ୟମରେ ବାହାରକୁ କାଢ଼ି ଦିଆଯାଇଥାଏ। ଏହି ସର୍ଜରୀକୁ ଡେବ୍ରିଡମେଣ୍ଟ ସର୍ଜରୀ କୁହାଯାଏ। ବିଶେଷ କରି ଆଙ୍ଗୁଠି ଏବଂ ପାଦ ଗୋଇଠିର ଟିସୁ ନଷ୍ଟ ହୋଇଯାଇଥିଲେ ସେଠାରେ ଏହି ସର୍ଜରୀ କରାଯାଇଥାଏ।
ମୃତ ଟିସୁଗୁଡ଼ିକ ନଷ୍ଟ କରିବା ପାଇଁ ଆଣ୍ଟିବାୟୋଟିକ ବ୍ୟବହାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଶରୀରରେ ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଇଞ୍ଜେକ୍ସନ ଦ୍ୱାରା ଆଣ୍ଟିବାୟୋଟିକ ଶରୀର ଭିତରକୁ ପ୍ରବେଶ କରାଯାଇଥାଏ।
ବ୍ୟାକ୍ଟେରିଆଗୁଡ଼ିକର ସଂକ୍ରମଣ ରୋକିବା ପାଇଁ ଅକ୍ସିଜେନ ଥେରାପି ମଧ୍ୟ କରାଯାଇଥାଏ।
ପ୍ରତିକାର ( Prevention of gangrene in odia)
ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।
କୌଣସି ଘା’ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଅତ୍ୟଧିକ ଧୂମ୍ରପାନ କରନ୍ତୁ ନାହିଁ।
ନିଜ ଶରୀରର ଓଜନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
ସବୁବେଳେ ଥଣ୍ଡାରେ ନ ରହି କିଛି ସମୟ ଗରମରେ ରହିବାକୁ ଚେଷ୍ଟା କରନ୍ତୁ।