ସ୍ଵାସ୍ଥ୍ୟପ୍ଲସ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • ନଲେଜ୍ ପାର୍ଟନର ମୋ କଲେଜ’ ଅଭିଯାନ
  • ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ ସମୟରେ ଯୁବବର୍ଗର ମାନସିକ ସ୍ୱାସ୍ଥ୍ୟ ଓ ଭବିଷ୍ୟତ’
  • ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେ
  • ଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ

କୋଭିଡ୍‌ ପ୍ରଥମ ଲହରରୁ ବାହାରି ଆମେ ଟିକିଏ ସ୍ୱାଭାବିକ ଜୀବନଚର୍ଯ୍ୟାକୁ ଫେରୁଥିଲା ବେଳେ ପୁଣି ଆମ ଆଗରେ ଏକ ବିରାଟ ସମସ୍ୟା ଠିଆ ହୋଇଛି। ମହାମାରୀ ଭିତରେ ପ୍ରତ୍ୟେକ ଦିନ ନିଜ ଲୋକଙ୍କୁ ହରାଇବାର ଖବର, ନିଜେ ଆକ୍ରାନ୍ତ ହେବାର ଭୟ ତା’ ସାଙ୍ଗକୁ ଲକଡାଉନ୍‌, ସଟଡାଉନ୍‌ ଭଳି କଟକଣା ସମସ୍ତଙ୍କ ମନରେ ଏକ ପ୍ରକାର ଅସ୍ଥିରତା ସୃଷ୍ଟି କରିଛି। ଏହା ସବୁ ବର୍ଗର ଲୋକଙ୍କୁ ଚାପଗ୍ରସ୍ତ କରାଇଥିଲା ବେଳେ ଯୁବପିଢ଼ି ମାନସିକ ସ୍ତରରେ ବିଶେଷ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ’ ସିଜିନ୍‌ ୨ର ଅଡିଓ ସିରିଜ୍‌ର ଚତୁର୍ଥ ଅଧ୍ୟାୟରେ ପ୍ରସଙ୍ଗ ରହିଛି ‘କୋଭିଡ ସମୟରେ ଯୁବବର୍ଗର ମାନସିକ ସ୍ୱାସ୍ଥ୍ୟ ଓ ଭବିଷ୍ୟତ’।

କୋଭିଡ୍ ମହାମାରୀ ବେଳେ ସଚେତନତା ସୃଷ୍ଟି କରିବା ପାଇଁ ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’। ନଲେଜ୍‌ ପାର୍ଟନର ‘ମୋ କଲେଜ୍‌’ ଅଭିଯାନ।

Kete Nua Bata

ଏହି କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅଡିଓ ସିରିଜର ଚତୁର୍ଥ ଅଧ୍ୟାୟ ଜୁଲାଇ ୪, ରବିବାର ସକାଳ ୧୦ଟାରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ଓ ଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମ୍‌ରେ ପ୍ରସାରିତ ହେବ।

ଅଡିଓ ସିରିଜର ଚତୁର୍ଥ ଅଧ୍ୟାୟରେ ଅଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ୟୁନିସେଫ ଓଡ଼ିଶାର କମ୍ୟୁନିକେସନ, ଆଡଭୋକେସି ଆଣ୍ଡ ପାର୍ଟନରସିପ ସ୍ପେଶାଲିଷ୍ଟ ରାଧିକା ଶ୍ରୀବାସ୍ତବ, ଏସ୍‌ସିବି ମେଡିକାଲ କଲେଜରେ ଥିବା ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ, ‘ଓ୍ୱାନଲାଇଫ’ର ସିଇଓ ସୁମନ ପାତ୍ର, ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ, ଜାଭିୟର ୟୁନିଭର୍ସିଟିର ଛାତ୍ରୀ ଶୁଭଶ୍ରୀ ବିନିତା।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ‘କେତେ ନୂଆ ବାଟ’ ସିଜିନ ୨। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ରେଡିଓ ଧାରାବାହିକରେ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ।

‘କେତେ ନୂଆ ବାଟ ସିଜିନ୍‌ ୨’ର ଅଡିଓ ସିରିଜ ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ୧୧ଟାରେ ରେଡିଓ ଚକଲେଟ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ପ୍ରସାରଣ କରାଯାଉଛି।

ଅଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଫେସବୁକରେ ଭିଡିଓ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।