ଅଧିକ ପଢ଼ନ୍ତୁ: ଚା’ କଫିକୁ ସ୍ୱାଦିଷ୍ଟ କରିବା ପାଇଁ ଚିନି ବଦଳରେ ମିଶାନ୍ତୁ ଏହି ଜିନିଷ

ଚା’ସହିତ ବିସ୍କୁଟ୍‌ ଖାଇବା କେଉଁ କାଳରୁ ଚଳି ଆସୁଥିବା ପୁରୁଣା ଅଭ୍ୟାସ। ଘରକୁ ଅତିଥି ଆସିଲେ ଆମେ ଚା’ ସହ ବିସ୍କୁଟ୍‌ ଦେଇଥାଉ, ଛୁଆ କାନ୍ଦୁଥିଲେ ଆମେ ତା ହାତରେ ବିସ୍କୁଟ୍‌ଟେ ବଢ଼ାଇଦେଉ। କିନ୍ତୁ, ଆପଣ ଜାଣିଛନ୍ତି କି ବିସ୍କୁଟ୍‌ ଖାଇବା ଅଭ୍ୟାସ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଖରାପ?

ବିସ୍କୁଟ୍‌କୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ କିଲୋଜୁଲ୍‌, ଫ୍ୟାଟ୍‌ ଏବଂ କାର୍ବୋହାଇଡ୍ରେଟ୍ସ ମିଶିଥାଏ।

ମଇଦାର ବ୍ୟବହାର

ଆମେ ସମସ୍ତେ ଜାଣିଛେ ବିସ୍କୁଟ୍‌ ଏବଂ କୁକିଜ୍‌ ମଇଦାରେ ତିଆରି ହୋଇଥାଏ, ଯାହା ଆମ ଅନ୍ତନଳୀ ପାଇଁ ଖରାପ। ପ୍ରତିଦିନ ମଇଦା ସେବନ କରିବା ଦ୍ୱାରା ଓଜନ ବଢ଼ିଥାଏ। ଓଜନ ବଢ଼ିବା ଦ୍ୱାରା ରକ୍ତ ଶର୍କରା, ହୃଦ୍‌ଘାତ ଏବଂ ବଦ୍‌ହଜମି ଭଳି ସମସ୍ୟା ଦେଖାଦିଏ।          

ସୋଡିୟମ୍‌ର ମାତ୍ରା ଅଧିକ

ଗୋଟିଏ ୨୫ ଗ୍ରାମ୍‌ର ବିସ୍କୁଟ୍‌ରେ ୦.୪ ଗ୍ରାମ୍‌ର ଲୁଣ ମିଶିଥାଏ। ଅଧିକ ପରିମାଣରେ ବିସ୍କୁଟ୍‌ ଖାଇବା ଦ୍ଵାରା ଉଚ୍ଚ ରକ୍ତ ଶର୍କରା, ଷ୍ଟ୍ରୋକ୍‌ ଏବଂ ହାର୍ଟ ଫେଲ୍ୟୁୟର ହେବାର ଆଶଙ୍କା ଥାଏ। ଅତ୍ୟଧିକ ସୋଡିୟମ୍‌ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ଦେଖାଦିଏ ଫଳରେ ଗ୍ୟାସ୍‌ ସମସ୍ୟା, ମୋଟାପଣ ଭଳି ସମସ୍ୟା ଦେଖାଦିଏ।

ଅଧିକ ପଢ଼ନ୍ତୁ: ଶରୀର ପାଇଁ କ୍ଷତିକାରକ ଚିନି

ଚିନି

ସାଧାରଣତଃ ବିସ୍କୁଟ୍‌କୁ ସ୍ୱାଦିଷ୍ଟ ଓ ମିଠା କରିବା ପାଇଁ ଚିନିର ବ୍ୟବହାର କରାଯାଇଥାଏ। ଆମେ ସମସ୍ତେ ଜାଣିଛେ ଚିନି ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଚିନି ଖାଇବା ଦ୍ୱାରା ମେଦବହୁଳତା, ହୃଦ୍‌ରୋଗ, ଦାନ୍ତ କ୍ଷୟ, ଦାନ୍ତରେ ପୋକ କାଟିବା ଭଳି ସମସ୍ୟା ଦେଖାଦିଏ।

ଭେଜ୍‌ଟେବୁଲ ତେଲ

ବିସ୍କୁଟ୍‌ ଫ୍ୟାକ୍ଟ୍ରିମାନଙ୍କରେ ଭେଜ୍‌ଟେବୁଲ ତେଲ ବହୁପରିମାଣରେ ବ୍ୟବହାର କରାଯାଇଥାଏ।

କ୍ଷୀର ପାଉଡର

ବିସ୍କୁଟ୍‌ ତିଆରି କରିବାରେ କ୍ଷୀର ପାଉଡର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ବିସ୍କୁଟକୁ ଅଧିକ ସ୍ୱାଦିଷ୍ଟ କରିଥାଏ। ଅମୁଲରେ ଅକ୍ସିଡାଇଜ୍‌ଡ କୋଲେଷ୍ଟେରୋଲ ମିଶିଥାଏ, ଯାହାକି ମେଦବୃଦ୍ଧି କରିଥାଏ।

ଆର୍ଟିଫିସିଆଲ ସ୍ୱାଦ ଓ ରଙ୍ଗ

କୌଣସି ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ଆର୍ଟିଫିସିଆଲ ସ୍ଵାଦ ବ୍ୟବହାର କରାଯାଇଥାଏ। ବିସ୍କୁଟ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଥିରେ ଆର୍ଟିଫିସିଆଲ ସ୍ୱାଦ ଓ ରଙ୍ଗ ମିଶାଯାଏ, ଯାହା ସ୍ଵାସ୍ଥ୍ୟ ପାଇଁ ଭଲ ନୁହେଁ।

ଶିରା

ଶିରା ହେଉଛି ଗ୍ଲୁକୋଜ୍‌ ଏବଂ ଫ୍ରୁକ୍ଟୋଜ୍‌ର ମିଶ୍ରଣ। ଏହା ଚିନିଠାରୁ ବି ଅଧିକ ମିଠା। ଏହା ଶରୀରରେ ଶୀଘ୍ର ଅବଶୋଷିତ ହୋଇଯାଏ। ଚିନି ଅପେକ୍ଷା ଶିରା ସ୍ୱାସ୍ଥ୍ୟ ପାଇଁ ବେଶି ଖରାପ। ତେଣୁ ବିସ୍କୁଟ୍‌ ଡାଏବେଟିସ୍‌ ରୋଗୀଙ୍କ ପାଇଁ କ୍ଷତିକାରକ।