ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ ଏବଂ କାନରେ ଇୟର ଫୋନ ଦେଖିବାକୁ ମିଳୁଛି। କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଆପଣଙ୍କୁ ଅନେକ ସମସ୍ୟା ଆଣିଦେଇଥାଏ।

ear

ଅଧିକ ପଢ଼ନ୍ତୁ: ମୋବାଇଲ୍ ଫୋନ୍‌ ବ୍ୟବହାରର କୁପ୍ରଭାବ

ଯଦି ଆପଣ ସମୟ ବିତେଇବା ପାଇଁ କାନରେ ଇୟର ଫୋନ ଦେଇ ଘଣ୍ଟା ଘଣ୍ଟା ଗୀତ ଶୁଣୁଛନ୍ତି ତେବେ ଆପଣ ଏବେଠାରୁ ସତର୍କ ହୋଇଯାଆନ୍ତୁ। ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କୁ ରୋଗଗ୍ରସ୍ତ କରିପାରେ। ଇୟର ଫୋନ ଦ୍ଵାରା କେବଳ କାନ ଉପ​‌​‌ରେ କୁପ୍ରଭାବ ପଡ଼େ ତାହା ନୁହେଁ ଏହା ଦ୍ଵାରା ଆପଣଙ୍କ ଶରୀରକୁ ମଧ୍ୟ କ୍ଷତି ପହଞ୍ଚିଥାଏ।

ଶ୍ରବଣ ଶକ୍ତି ହ୍ରାସ

କାନ କେବଳ ୬୫ ଡେସିବଲ ପର୍ଯ୍ୟନ୍ତ ଶବ୍ଦକୁ ସହି ପାରେ। ଏହାଠୁ ଅଧିକ ଶବ୍ଦ ହେଲେ ତାହା କାନ ପାଇଁ କ୍ଷତିକାରକ ହୋଇଥାଏ। ପ୍ରତ୍ୟେକ ଦିନ ଯଦି ୧୦ ଘଣ୍ଟା କାନରେ ଇୟର ଫୋନ ବ୍ୟବହାର କରାଯାଏ ତେବେ କାନ ଖରାପ ହୋଇଯିବାର ଆଶଙ୍କା ରହିଛି।

ଯଦି କୌଣସି ବ୍ୟକ୍ତି ଦୁଇ ଘଣ୍ଟାରୁ ଅଧିକ ସମୟ ୯୦ ଡେସିବଲରୁ ଅଧିକ ଶବ୍ଦରେ ଗୀତ ଶୁଣନ୍ତି ତେବେ ସେହି ବ୍ୟକ୍ତି ବଧିର ହେବା ସଙ୍ଗେ ସଙ୍ଗେ ଅନ୍ୟ ରୋଗର ଶିକାର ହେବାର ଆଶଙ୍କା ଅଧିକ ରହିଛି।

ସାଧାରଣତଃ କାନର ଶୁଣିବା କ୍ଷମତା ମାତ୍ର ୯୦ ଡେସିବଲ ରହିଥାଏ । ବାରମ୍ବାର ଇୟର ଫୋନ ଦେଇ ଗୀତ ଶୁଣିବା ଦ୍ଵାରା କାନର ଶୁଣିବା କ୍ଷମତା ୪୦ରୁ ୫୦ ଡେସିବଲ ପର୍ଯ୍ୟନ୍ତ କମ ହୋଇଯାଇଥାଏ। ଯାହା ଦ୍ଵାରା ବ୍ୟକ୍ତିକୁ ସଠିକ ଭାବେ ଦୂର ଶବ୍ଦ ଶୁଣିବାରେ ସମସ୍ୟା ସୃଷ୍ଟି ହୋଇଥାଏ।

ଅଧିକ ପଢ଼ନ୍ତୁ: ଅଧିକ ଇୟର ଫୋନ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସର୍ତକ

ହୃଦ ଜନିତ ରୋଗ

ଇୟର ଫୋନରେ ଜୋରରେ ଗୀତ ଶୁଣିବା ଦ୍ଵାରା କେବଳ କାନ ଖରାପ ହୁଏ ତାହା ନୁହେଁ ହାର୍ଟକୁ ମଧ୍ୟ କ୍ଷତି ପହଞ୍ଚିଥାଏ। ଜୋରରେ ଗୀତ ଶୁଣିବା ଦ୍ଵାରା ହୃଦ ସ୍ପନ୍ଦନ ବା ହାର୍ଟ ବିଟ ଅଧିକ ହୋଇଯାଏ। ଯାହା ଦ୍ଵାରା ହୃଦଘାତ ହେବାର ଆଶଙ୍କା ରହିଛି।

ମୁଣ୍ଡ ବିନ୍ଧା

ଇୟର ଫୋନରୁ ଆସୁଥିବା ବିଦ୍ୟୁତ ଚମ୍ବକୀୟ ତରଙ୍ଗ ଯୋଗୁଁ ବ୍ୟକ୍ତିର ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଯାହା ଦ୍ଵାରା ମୁଣ୍ଡ ବିନ୍ଧା ଏବଂ ନିଦ ନହେବା ଭଳି ସମସ୍ୟା ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: ଅଧିକ ସମୟ ଧରି ଇୟର ଫୋନ୍ ବ୍ୟବହାର କରୁଛନ୍ତି କି?

କାନ ସଂକ୍ରମଣ

କାନରେ ଇୟର ଫୋନ ଲଗାଇବା ଫଳରେ କାନର କାନାଲରେ ସଂକ୍ରମଣ ହୋଇଯାଏ। ଇୟର ଫୋନର ଅତ୍ୟଧିକ ବ୍ୟବହାର ହେତୁ କାନରେ ବ୍ୟାକ୍ଟେରିଆ ବୃଦ୍ଧି ପାଇଥାଆନ୍ତି। ଏହି ବ୍ୟାକ୍ଟେରିଆ ଇୟର ଫୋନରେ ବହୁତ ସମୟ ପର୍ଯ୍ୟନ୍ତ ସକ୍ରିୟ ଭାବେ ରହିପାରନ୍ତି। ଫଳରେ ଆପଣଙ୍କ ଇୟର ଫୋନ ଅନ୍ୟ କେହି ବ୍ୟବହାର କଲେ ସେହି ବ୍ୟାକ୍ଟେରିଆ କାନକୁ ଯାଇ ବିଭିନ୍ନ ସମସ୍ୟା କରାଇଥାଏ।

ପ୍ରତିକାର

ଯଦି ଆପଣ କାନ ଜନିତ କୌଣସି ସମସ୍ୟାରୁ ମୁକ୍ତି ହେବାକୁ ଚାହୁଁଛନ୍ତି ତେବେ ଆବଶ୍ୟକ ପଡ଼ିଲେ ଇୟର ଫୋନ ବ୍ୟବହାର କରନ୍ତୁ।

ଶସ୍ତା ଇୟର ଫୋନ ବ୍ୟବହାର ନକରି ଉତ୍ତମ ଗୁଣମାନର ଇୟର ଫୋନ ବ୍ୟବହାର କରନ୍ତୁ।

ଇୟର ଫୋନରେ ଉଚ୍ଚ ସ୍ୱରରେ ଗୀତ ଶୁଣନ୍ତୁ ନାହିଁ।

ସବୁ ସମୟରେ ଇୟର ଫୋନକୁ ସଫା କରନ୍ତୁ।

ସବୁବେଳେ ଲାଉଡ ସ୍ପିକର ମାଧ୍ୟମରେ କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତୁ।