ମାନସିକ ଅବସାଦରୁ ମୁକ୍ତି ପାଇଁ ସାଇକୋଥେରାପି କରାଯାଇଥାଏ। ଏହା ବ୍ୟତୀତ କଲର ଥେରାପି ମାଧ୍ୟମରେ ମଧ୍ୟ ଜଣେ ବ୍ୟକ୍ତି ଚାପମୁକ୍ତ ରହିପାରିବ।

colour therapy for recude stressଆଜିକାଲି ଲୋକମାନେ ଲକଡାଉନ ସକାଶେ ଘରେ ରହି ରହି ବିରକ୍ତି ହୋଇଯାଉଛନ୍ତି। ଏପରି ସ୍ଥଳେ ସେମାନେ ଏକ ପ୍ରକାର ଚାପଗ୍ରସ୍ତ ହୋଇପଡ଼ୁଛନ୍ତି। ଚାପ ଯୋଗୁଁ ଠିକ ଭାବରେ ଖାଇବା ପିଇବା କରିପାରୁନାହାନ୍ତି। ସଠିକ ଖାଦ୍ୟ ଏବଂ ନିଦ୍ରାର ଅଭାବ କାରଣରୁ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ମାନସିକ ଅବସାଦ କିମ୍ବା ଷ୍ଟ୍ରେସର ଚିକିତ୍ସା ପାଇଁ ବିଭିନ୍ନ ଔଷଧ ଏବଂ ପରୀକ୍ଷା ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ଏପରି କିଛି ଥେରାପି ରହିଛି ଯାହା ଦ୍ୱାରା ମାନସିକ ସ୍ଥିରତା ଆସିବା ସହ ମାନସିକ ଶାନ୍ତି ମିଳିଥାଏ। ଏହି ସବୁ ଥେରାପି ଶାରୀରିକ ଏବଂ ମାନସିକ ସମସ୍ୟାକୁ ଠିକ କରିବାରେ ସକ୍ଷମ ହୋଇଥାଏ।

ମାନସିକ ଅବସାଦ ଦୂର କରିବା ପାଇଁ ଡାକ୍ତର ସାଇକୋ ଥେରାପି କରିଥାନ୍ତି। କିନ୍ତୁ ଏହା ବ୍ୟତୀତ କେତେକ ଥେରାପି ରହିଛି ଯାହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ। କଲର ଥେରାପି, ଆର୍ଟ ଥେରାପି, ମ୍ୟୁଜିକ ଥେରାପି, ଡ୍ୟାନ୍ସ ଥେରାପି ଏବଂ ଇମେଜେରୀ ମାଧ୍ୟମରେ ମାନସିକ ଚାପକୁ କିଛି ମାତ୍ରାରେ ଦୂର କରିବା ସମ୍ଭବ।

କଲର ଥେରାପି କ’ଣ? (What is colour therapy in odia)

ଡାକ୍ତରୀ ଭାଷାରେ କଲର ଥେରାପିକୁ କ୍ରୋମୋପାଥି ବା କ୍ରୋମୋଥେରାପି ଭାବେ ଜଣାଯାଏ। ଏହା ମଣିଷର ଶାରୀରିକ ଓ ମନୋବୈଜ୍ଞାନିକ ସ୍ତରକୁ ସନ୍ତୁଳନ କରିଥାଏ। ମାନସିକ ଚାପ ଦୂର କରିବା ଲାଗି ଏହି ଥେରାପି ବ୍ୟବହାର କରାଯାଏ।

କଲର ଥେରାପିରେ କ’ଣ କରାଯାଏ? (What to do in colour therapy)

କଲର ଥେରାପିରେ ସବୁଜ ରଙ୍ଗର ଅଧିକ ବ୍ୟବହାର କରାଯାଇଥାଏ। ଏହି ରଙ୍ଗ ସମସ୍ତ ରଙ୍ଗ ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିବାର ଜଣାପଡ଼ିଛି। ମାନସିକ ଉଦାସୀନତା, ନିରାଶ ବା ଦୁଃଖ ଅବସ୍ଥାରୁ ଠିକ ସ୍ଥିତିକୁ ଫେରାଇ ଆଣିବାରେ ଏହି କଲର ଥେରାପି ବେଶ ଲାଭଦାୟକ। କଲର ଥେରାପି ବ୍ୟକ୍ତିର ମସ୍ତିଷ୍କର ସ୍ଥିତିକୁ ସୁଧାରି ଦେଇଥାଏ।

ସେହିପରି ଶାରୀରିକ ଉପଚାର ପାଇଁ ଲାଲ ରଙ୍ଗ ବ୍ୟବହାର କରାଯାଇଥାଏ। ଏହି ରଙ୍ଗ ଦ୍ବାରା ମସ୍ତିଷ୍କର ବ୍ଲକ ସେଲ ତିଆରି ହୋଇପାରିବ। ଜଣେ ବ୍ୟକ୍ତିର ମାନସିକ ଅବସ୍ଥା ଗୁରୁତର ଥିଲେ କଲର ଥେରାପିରେ ଏହି ରଙ୍ଗ ପ୍ରୟୋଗ କରାଯାଇଥାଏ। ନୀଳ ରଙ୍ଗ ମସ୍ତିଷ୍କକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ। ମସ୍ତିଷ୍କରେ ଏକାଗ୍ରତା ବଢ଼ାଇବା ପାଇଁ କମଳା ରଙ୍ଗ ବ୍ୟବହାର କରାଯାଇଥାଏ।

ଆର୍ଟ ଥେରାପି କ’ଣ? (What is art therapy in odia)

ଆର୍ଟ ଥେରାପିକୁ ଡାକ୍ତରୀ ଭାଷାରେ ଏକ୍ସପ୍ରେସିଭ ଆର୍ଟ ଥେରାପି କୁହାଯାଏ। ମନରେ ସକାରାତ୍ମକ ଚିନ୍ତାଧାରା ଏବଂ ମାନସିକ ସ୍ଥିରତା ପାଇଁ ଏହି ଥେରାପି ଦ୍ୱାରା ଚିକିତ୍ସା କରାଯାଇଥାଏ।

ଆର୍ଟ ଥେରାପି କିପରି କରାଯାଏ? (How to do art therapy in odia)

ମାନସିକ ଅବସାଦରେ ଶିକାର ବ୍ୟକ୍ତିଙ୍କର ଆତ୍ମହତ୍ୟା ଚିନ୍ତାଧାରା ରହିଥାଏ। କେବଳ ସେତିକି ନୁହେଁ ସେମାନେ ଅନ୍ୟକୁ ଆକ୍ରମଣ କରିବାକୁ ମଧ୍ୟ ପଛାନ୍ତି ନାହିଁ। ଏସବୁରୁ ମୁକ୍ତି କରିବା ପାଇଁ ଆର୍ଟ ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଥାଏ। ଆର୍ଟ ଥେରାପିରେ ଏହି ରୋଗୀମାନଙ୍କୁ ଚିତ୍ର ଅଙ୍କିବା, ଦେଖିବା ଏବଂ ଚିତ୍ର ବାବଦରେ ଭାବୁଥିବା ନିଜ ମନର ଭାବନା ବିଷୟରେ ପଚାରାଯାଇଥାଏ। ଏହା ଦ୍ୱାରା ସେମାନଙ୍କ ମନରେ ଥିବା ଖରାପ ଭାବନା ଏବଂ ଅବସାଦର କାରଣ ବାବଦରେ ଜଣାପଡ଼ିଥାଏ। ଆର୍ଟ ଥେରାପିରେ ଭିଜୁଆଲ ସିମ୍ବଲ ଏବଂ ବିଭିନ୍ନ ଚିତ୍ର ପ୍ରସ୍ତୁତ କରିବା ଉପକରଣ ମାଧ୍ୟମରେ ବ୍ୟକ୍ତି ମସ୍ତିଷ୍କର ଅସନ୍ତୁଳନ ସମ୍ବନ୍ଧରେ ଜାଣି ହୋଇଥାଏ। ଯଦି ଏହି ଥେରାପିରେ କୌଣସି ସୁଫଳ ନ ମିଳିପାରୁଛି ତେବେ ମାନସିକ ଡାକ୍ତରଙ୍କ ସହ ପରାମର୍ଶ କରାଇ ନେବା ଭଲ।

ଡ୍ୟାନ୍ସ ଥେରାପି କ’ଣ? (What is dance therapy in odia)

ଡ୍ୟାନ୍ସ ଥେରାପିକୁ ଡାକ୍ତରୀ ଭାଷାରେ କୁହାଯାଏ। ମସ୍ତିଷ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଡ୍ୟାନ୍ସ ଥେରାପି କରାଯାଇଥାଏ।

ପୂର୍ବରୁ ଆମେ ଜାଣିଛୁ ମାନସିକ ଅବସାଦ ଦୂର କରିବା ପାଇଁ ଡାକ୍ତରମାନେ ଏକ୍ସରସାଇଜ କରିବାକୁ ପରାମର୍ଶ ଦେଇଥାନ୍ତି। ଡ୍ୟାନ୍ସ ଥେରାପି ଏକ ପ୍ରକାର ଏକ୍ସରସାଇଜ କହିଲେ ଭୁଲ ହେବ ନାହିଁ। ଏହି ଥେରାପିରେ ରୋଗୀମାନଙ୍କୁ ବିଭିନ୍ନ ଶୈଳୀରେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଗତିଶୀଳ କରାଇବା ପାଇଁ କୁହାଯାଇଥାଏ। ଭିନ୍ନ ଭିନ୍ନ ଶୈଳୀ ସେମାନଙ୍କର ଜାଣିବା ପାଇଁ ଇଛା ହୋଇଥାଏ। ଫଳରେ ସେମାନେ ଅଧିକ ସମୟ ଏଥିରେ ବ୍ୟସ୍ତ ରହିବା ଯୋଗୁଁ ଅନ୍ୟ ଦୁଶ୍ଚିନ୍ତା ଭୁଲିଯାଇଥାନ୍ତି। ମାନସିକ ଅବସାଦରୁ ବ୍ୟକ୍ତିଙ୍କୁ ମୁକ୍ତି କରିବା ପାଇଁ ଡ୍ୟାନ୍ସ ଥେରାପି ସବୁଠାରୁ ଭଲ ବିକଳ୍ପ।

ମ୍ୟୁଜିକ ଥେରାପି କ’ଣ? (What is music therapy in odia)

ମ୍ୟୁଜିକ ଥେରାପିକୁ ଡାକ୍ତରୀ ଭାଷାରେ ମୋଭମେଣ୍ଟ ଥେରାପି କୁହାଯାଏ। ଏହି ଥେରାପିରେ ମସ୍ତିଷ୍କର ବିଭିନ୍ନ ସମସ୍ୟା ଦୂର କରାଯାଇପାରିବ।

ଗୀତ ଲେଖିବା, ଶୁଣିବା ଏବଂ ଗାଇବା ଫଳରେ ବ୍ୟକ୍ତି ଚାରିପାଖରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ। ଯାହାକି ବ୍ୟକ୍ତିକୁ ମାନସିକ ଭାବେ ଶାନ୍ତି ପ୍ରଦାନ କରିଥାଏ।

ଇମେଜରି କ’ଣ? (What is imagery in odia)

ଇମେଜ ଥେରାପି ମାଧ୍ୟମରେ ମାନସିକ ରୋଗୀଙ୍କ ଚିକିତ୍ସା କରାଯାଇଥାଏ। ଏଥିରେ ଥିବା ଭିଜୁଆଲ ପଦ୍ଧତି ଦ୍ୱାରା ବ୍ୟକ୍ତି ଚିନ୍ତା, ଚାପ, ଦୁଃଖ ଏବଂ ନିରାଶପଣରୁ ମୁକ୍ତି ପାଇଥାଏ। ଇମେଜରି ଥେରାପିରେ ଥିବା ପ୍ଲାମଙ୍କ ପ୍ରକ୍ରିୟାରେ ମାନସିକ ଅବସାଦର ଉପଶମ ସମ୍ଭବ।