କ୍ଷୁଦ୍ରାନ୍ତ୍ରରେ ବ୍ୟାକ୍ଟେରିଆର ମାତ୍ରା ବୃଦ୍ଧି ହୋଇଗଲେ ପେଟ ଜନିତ ସମସ୍ୟା ଦେଖା ଦେଇଥାଏ। ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ସ୍ମଲ ଇଣ୍ଟେଷ୍ଟାଇନାଲ ବ୍ୟାକ୍ଟେରିଆଲ ଓଭରଗ୍ରୋଥ (ସିବୋ) କୁହାଯାଏ।
ସିବୋ କ’ଣ (What is SIBO in odia)
ପେଟର କ୍ଷୁଦ୍ରାନ୍ତରେ ଖାଦ୍ୟ ହଜମ କରିବା ପାଇଁ କେତେକ ବ୍ୟାକ୍ଟେରିଆ ଥାଆନ୍ତି। ସେହି ବ୍ୟାକ୍ଟେରିଆକୁ ଇଂରାଜୀରେ ସ୍ମଲ ଇଣ୍ଟେଷ୍ଟାଇନାଲ ବ୍ୟାକ୍ଟେରିଆଲ ଓଭରଗ୍ରୋଥ୍ ବା ସିବୋ କୁହାଯାଏ। ଖାଦ୍ୟପେୟରେ ଅସନ୍ତୁଳନ ହେଲେ ଏହି ବ୍ୟାକ୍ଟେରିଆ ବୃଦ୍ଧି ପାଇଥାନ୍ତି। ବ୍ୟକ୍ତି ଖାଉଥିବା ପୋଷକତତ୍ତ୍ବ ଓ ଅନ୍ୟ ଆବଶ୍ୟକୀୟ ତତ୍ତ୍ବ ଭଲ ଭାବେ ହଜମ ନ ହୁଏ ତେବେ ଏହି ସମସ୍ୟା ହୋଇଥାଏ।
ସ୍ମଲ ଇଣ୍ଟେଷ୍ଟାଇନାଲ ବ୍ୟାକ୍ଟେରିଆଲ ଓଭରଗ୍ରୋଥ କାରଣରୁ ଦୁର୍ବଳତା ଏବଂ ଥକ୍କାପଣ ଅନୁଭବ ହୋଇଥାଏ। ସିବୋରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଓଜନରେ ପରିବର୍ତ୍ତନ ଆସିଥାଏ। ଶରୀରରେ ପୋଷକ ତତ୍ୱ ଅଭାବ ହେତୁ ଅନେକ ରୋଗ ଆକ୍ରାନ୍ତ କରିଥାଏ।
ପେଟର ତଳ ଭାଗରେ ଯନ୍ତ୍ରଣା
ଥକ୍କା ଅନୁଭବ ହେବା
ପେଟ ବଡ଼ ହୋଇଯିବା
ପେଟ ଯନ୍ତ୍ରଣା
କୋଷ୍ଠକାଠିନ୍ୟ
ଗ୍ୟାସ ଓ ବଦହଜମୀ
ଓଜନରେ ନିୟନ୍ତ୍ରଣ ନ ରହିବା
ପେଟ ଜନିତ ସମସ୍ୟାରୁ ରକ୍ଷା ପାଇବା ଅଧିକାଂଶ ଲୋକ ପାଇଁ ଔଷଧ ସେବନ କରିଥାନ୍ତି। ମାତ୍ର ଏହି ଔଷଧର ଅତ୍ୟଧିକ ବ୍ୟବହାର ଯୋଗୁଁ ସିବୋ ହେବାର ଆଶଙ୍କା ରହିଛି। ଅଧିକ ଔଷଧ ସେବନ କରିବା ଦ୍ବାରା ସ୍ମଲ ଇଣ୍ଟେଷ୍ଟାଇନ ଦୁର୍ବଳ ହୋଇପଡ଼େ। ଯାହାଫଳରେ ଆମେ ଖାଉଥିବା ଖାଦ୍ୟ ଅନ୍ତନଳୀରେ ଅଟକି ରହିଥାଏ। ଖାଦ୍ୟ ଠିକ ଭାବେ ହଜମ ନ ହେବା ଫଳରେ ସ୍ମଲ୍ ଇଣ୍ଟେଷ୍ଟାଇନରେ ବ୍ୟାକ୍ଟେରିଆ ଜମା ହୋଇ ରହି ଯାଆନ୍ତି। ଫଳରେ ଆମେ ଅସୁସ୍ଥ ହୋଇପଡ଼ୁ।
ଅଧିକାଂଶ ବ୍ୟକ୍ତି ଆବଡୋମିନାଲ ସର୍ଜରୀ ଭଳି ଗ୍ୟାଷ୍ଟ୍ରିକ ବାଇପାସ ସର୍ଜରୀ କରିଥାଆନ୍ତି। ଏହି ସର୍ଜରୀ କାରଣରୁ ଶରୀରରେ ସିବୋର ମାତ୍ରା ବୃଦ୍ଧି ହୋଇଥାଏ।
ଅନ୍ତନଳୀ ଆଖପାଖର ଗଠନମୂଳକ ସମସ୍ୟା କିମ୍ବା କୌଣସି ଶିରା କ୍ଷୁଦ୍ରାନ୍ତ୍ର ଉପରେ ମାଡ଼ି ଯିବା ଯୋଗୁଁ ସିବୋ ହେବାର ଆଶଙ୍କା ରହିଛି।
ମଧୁମେହ କିମ୍ବା ଅନ୍ୟାନ୍ୟ ସାଂଘାତିକ ରୋଗ ଯୋଗୁଁ ଖାଦ୍ୟ ଠିକ ଭାବେ ହଜମ ହୋଇ ପାରେ ନାହିଁ। ଫଳରେ ଅପରିଷ୍କାର ପଦାର୍ଥ ଶରୀର ଭିତରେ ଜମା ହୋଇ ବ୍ୟାକ୍ଟେରିଆଙ୍କ ଵଂଶ ବୃଦ୍ଧି ହୋଇଥାଏ। ଯାହାକି ପେଟ ରୋଗ ସିବୋର କାରଣ ହୋଇଥାଏ।
ପିତ୍ତକୋଷରୁ ପିତ୍ତରସ କ୍ଷରିତ ହୋଇ ଖାଦ୍ୟ ହଜମରେ ସାହାଯ୍ୟ କରିଥାଏ। ମାତ୍ର ଏହି ବ୍ୟାକ୍ଟେରିଆ ସେହି ପିତ୍ତରସ ଭାଙ୍ଗି ଦେଇଥାଏ। ଫଳରେ ଖାଦ୍ୟ ଠିକ ଭାବେ ହଜମ ହୋଇପାରେ ନାହିଁ।
ଖାଦ୍ୟ ଠିକ ଭାବେ ହଜମ ନ ହୋଇପାରିବା ଯୋଗୁଁ ଶରୀରକୁ ଆବଶ୍ୟକୀୟ ଭିଟାମିନ ମିଳିପାରେ ନାହିଁ। ଭିଟାମିନ ଏ, ଡି ଇ ଏବଂ କେ ଏବଂ ଫ୍ୟାଟ ସଲ୍ୟୁବୁଲ ଭିଟାମିନ ଅବଶୋଷିତ ହୋଇପାରେ ନାହିଁ।
ଶରୀରରେ ବ୍ୟାକ୍ଟେରିଆର ମାତ୍ରା ଅଧିକ ହୋଇଗଲେ ଭିଟାମିନ ବି ୧୨ର ଅଭାବ ଦେଖାଯାଇଥାଏ। ଯଦ୍ୱାରା ବ୍ୟକ୍ତି ଥକ୍କାପଣ ଏବଂ ଦୁର୍ବଳ ଅନୁଭବ କରିଥାଏ। ଅନେକ କ୍ଷେତ୍ରରେ ବ୍ୟକ୍ତି ମାନସିକ ଚାପଗ୍ରସ୍ତ ମଧ୍ୟ ହୋଇପଡ଼େ।
ଖାଦ୍ୟରୁ ଆବଶ୍ୟକୀୟ କ୍ୟାଲସିୟମ ନ ପାଇ ପାରିବା ହେତୁ ହାଡ଼ ଦୁର୍ବଳ ହୋଇଯାଏ। ଫଳରେ ଅଷ୍ଟିଓପରୋସିସ ଭଳି ସମସ୍ୟା ଦେଖାଦେଇଥାଏ।
ସିବୋ ଯୋଗୁଁ କିଡନୀରେ ଷ୍ଟୋନ ହେବାର ଆଶଙ୍କା ରହିଛି।
ଆଣ୍ଟିବାୟୋଟିକ ଦ୍ୱାରା ଏହି ସମସ୍ୟାର ସମାଧାନ ସମ୍ଭବ।
ଡାକ୍ତରୀ ଚିକିତ୍ସା ନ କରିବା ଫଳରେ ପେଟରେ ଏହି ବ୍ୟାକ୍ଟେରିଆ ବୃଦ୍ଧି ପାଇବା ସହ ବ୍ୟକ୍ତିକୁ ରୋଗଗ୍ରସ୍ତ କରିଦିଅନ୍ତି।
ସିବୋରେ ଆକ୍ରାନ୍ତ ରୋଗୀମାନଙ୍କୁ ଭିଟାମିନ ବି ୧୨ ଇଞ୍ଜେକସନ ଦିଆଯାଇଥାଏ।