ଖାଇବାର କିଛି ସମୟ ପରେ ପୁଣି ଭୋକ ଲାଗେ। ବାରମ୍ବାର ଭୋକ ଲାଗିବାର ଅଭ୍ୟାସ ଅନେକ ସମୟରେ ସମସ୍ୟାର କାରଣ ବି ପାଲଟିପାରେ। ପ୍ରକୃତରେ ଏହି ସମସ୍ୟାର କାରଣ କ’ଣ ଆସନ୍ତୁ ଜାଣିବା …

healthy food

ଖାଦ୍ୟରେ ପ୍ରୋଟିନ୍‌ ଓ ଫାଇବର ମାତ୍ରା ଆବଶ୍ୟକ ମୁତାବକ ନ ଥିଲେ, ବାରମ୍ବାର ଭୋକ ଲାଗିପାରେ। ପ୍ରୋଟିନ୍‌ ଓ ଫାଇବରଯୁକ୍ତ ଆହାର ଖାଇବା ଫଳରେ ପେଟ ଅଧିକ ସମୟ ଯାଏ ଭରି ରହେ। କିନ୍ତୁ ଶରୀରରେ ଏହି ଦୁଇଟିର ଅଭାବ ଥିଲେ, ସବୁବେଳେ ଭୋକ ଲାଗିବା ଭଳି ଅନୁଭବ ହୁଏ। ଏଥିପାଇଁ ନିଜ ସକାଳ ଜଳଖିଆରେ ଏହି ଦୁଇ ଉପାଦାନକୁ ସାମିଲ କରିବା ଜରୁରୀ। ବହୁ ଲୋକ ସକାଳ ଜଳଖିଆ ନ କରିବାର ଅଭ୍ୟାସ କରିଦେଇଛନ୍ତି। ସକାଳ ଜଳଖିଆ ନ କରିବା ଫଳରେ ସ୍ବାସ୍ଥ୍ୟ ହାନି ହେବା ସହ ଭୋକ ଲାଗିବାର ଅନୁଭବ ବି ହୁଏ।

କ୍ୟାଲେରୀଯୁକ୍ତ ଭୋଜନର ସେବନ

ଶରୀରକୁ କାର୍ଯ୍ୟକ୍ଷମ ରହିବା ପାଇଁ ସମ୍ପୂର୍ଣ୍ଣ ଆହାରର ଆବଶ୍ୟକତା ଥାଏ। କମ୍‌ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଫଳରେ ଅଧିକ ଭୋକ ଲାଗେ। ସବୁବେଳେ ଏମିତି ଲାଗୁଥାଏ, ଯେମିତି ଆପଣ ଖାଦ୍ୟ ଖାଇନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତୁ।

ସକାଳ ଜଳଖିଆ ଜରୁରୀ

ଆମ ସ୍ବାସ୍ଥ୍ୟ ପାଇଁ ସକାଳ ଜଳଖିଆ ଖୁବ୍‌ ଜରୁରୀ। କାରଣ ଏହା ଆମକୁ ଶକ୍ତି ସମ୍ପନ୍ନ ରଖେ। ସଠିକ୍‌ ପରିମାଣର ସକାଳ ଜଳଖିଆ ଖାଇଲେ, ଆମକୁ ବାରମ୍ବାର ଭୋକ ଲାଗେ ନାହିଁ। କିଛି ଲୋକ ସକାଳ ଜଳଖିଆ ଖାଆନ୍ତି ନାହିଁ। ଏହା ଫଳରେ ସେମାନେ ବିଭିନ୍ନ ଶାରିରୀକ ସମସ୍ୟାର ସାମ୍ନା କରନ୍ତି। ସେମାନେ ସବୁବେଳେ ଭୋକିଲା ରହିଥିବା ଭଳି ଲାଗେ।

ଶୀଘ୍ର-ଶୀଘ୍ର ଖାଆନ୍ତୁ ନାହିଁ

ଅଫିସ୍‌ ଯିବା ପାଇଁ ବହୁ ଲୋକ ଶୀଘ୍ର ଶୀଘ୍ର ଖାଦ୍ୟ ଖାଆନ୍ତି। ଖାଦ୍ୟକୁ ଠିକ୍‌ ଭାବେ ନ ଚୋବାଇ ଖାଇଲେ ତାହା ଠିକ୍‌ ଭାବେ ହଜମ ହୁଏ ନାହିଁ। ଏହା ଫଳରେ ପେଟ ସମ୍ପର୍କିତ ସମସ୍ୟା ହୁଏ। ଏଥିପାଇଁ ଖାଦ୍ୟକୁ ସବୁବେଳେ ଠିକ୍‌ ଭାବେ ଚୋବାଇ ଖାଆନ୍ତୁ, ଯାହା ଫଳରେ ଏହା ହଜମ ହେବାରେ ସମସ୍ୟା ହେବ ନାହିଁ। ଖାଦ୍ୟ ଯେତେ ଶୀଘ୍ର ଓ ଠିକ୍‌ ଭାବେ ହଜମ ହେବ ଭୋକ ସେହି ଅନୁସାରେ କମ ଲାଗିବ।

ଅଧିକ ଖାଇବାର ଅଭ୍ୟାସ

ପିଲାଟିଏ ତା’ ପାଇଁ ଆବଶ୍ୟକଠାରୁ କମ୍‌ ଖାଦ୍ୟ ଖାଏ, ତା’ର ବାପା ମା’ ଖୁବ୍‌ ଚିନ୍ତା କରନ୍ତି। ଏଥିପାଇଁ ତାକୁ ଅଧିକ ଖୁଆଇବା ଅଭ୍ୟାସରେ ପକାଇ ଦିଅନ୍ତି। ଫଳରେ ସେହି ପିଲା ବଡ଼ ହୋଇ ଅଧିକ ଖାଦ୍ୟ ଖାଇବାର ଅଭ୍ୟାସରେ ପଡ଼ିଯାଏ।

ନିଦ ପୁରା ହେବା ଜରୁରୀ

ଜଣେ ସୁସ୍ଥ ମଣିଷ ପାଇଁ ୭ରୁ ୮ ଘଣ୍ଟାର ନିଦ ଜରୁରୀ। ନିଦ ପୁରା ହେଲେ ପେଟ ଠିକ୍‌ ରହିବା ସହ ବାରମ୍ବାର ଭୋକ ଲାଗେ ନାହିଁ। ଶରୀରକୁ ଶକ୍ତି ପ୍ରଦାନ କରିବା ଓ ଭୋକ ଲାଗିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଦ ପୁରା କରନ୍ତୁ।