ଏକ ଗ୍ଲାସ ପାଣି ଆପଣଙ୍କୁ ଜୀବନସାରା ସୁସ୍ଥ ରଖିବାରେ ସାହାଯ୍ୟ କରିବ। ପ୍ରତିଦିନ ସକାଳେ କେବଳ ଏକ ଗ୍ଲାସ୍ ପାଣି ଅନେକ ସମସ୍ୟାକୁ ଦୂର କରିପାରେ। ତେବେ ପାଣି ପିଇବାର କ’ଣ ଫାଇଦା ରହିଛି ଜାଣନ୍ତୁ।

drinking water for health

କିଛି ଛୋଟ ଅଭ୍ୟାସ ଆପଣଙ୍କୁ ଏକ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରିପାରିବ।ସକାଳୁ ଉଠିବା ପରେ ଆପଣ ପ୍ରଥମେ କ’ଣ କରନ୍ତି? ଆପଣ ଏହା ବିଷୟରେ କେବେ ଚିନ୍ତା କରିଛନ୍ତି କି? ଯଦି ଆପଣ ନିଜ ଦିନକୁ ସୁସ୍ଥ ଅଭ୍ୟାସ ସହିତ ଆରମ୍ଭ କରିବେ ତେବେ ଆପଣ ଦିନସାରା ସୁସ୍ଥ ଅନୁଭବ କରିବେ।

୧. ଏହା ସାରା ଶରୀରରେ ଅମ୍ଳଜାନ ପହଞ୍ଚାଇଥାଏ। ରକ୍ତରେ ୯୦ ଭାଗରୁ ଅଧିକ ଅଂଶ ଜଳ ରହିଥାଏ ଏବଂ ରକ୍ତ ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ପରିବହନ କରିଥାଏ।

୨. ଏହା ଚର୍ମକୁ ସୁସ୍ଥ ଓ ସୁନ୍ଦର ରଖେ। ଜଳହୀନତା ଫଳରେ ଚର୍ମରୋଗ ଦେଖାଦେଇଥାଏ ଓ ଚର୍ମ ଅକାଳରେ କୁଞ୍ଚିତ ହୋଇଯାଇଥାଏ।

୩. ଏହା ଶରୀରର ତାପମାତ୍ରା ନିୟନ୍ତ୍ରଣ କରେ

୪. ପାଚନ ପ୍ରଣାଳୀ ମଧ୍ୟ ଏହା ଉପରେ ଜଳ ନିର୍ଭର କରେ। ପାଣି ଖାଦ୍ୟ ହଜମରେ ସାହାଯ୍ୟ କରେ

୫. ଏହା ଶରୀରରୁ ବର୍ଜ୍ୟବସ୍ତୁ, ବିଷାକ୍ତ ପଦାର୍ଥ ନିଷ୍କାସିତ କରେ

୬. ଏହା ରକ୍ତଚାପ ବଜାୟ ରଖିବାରେ ସାହାଯ୍ୟ କରେ

୭. ବୃକକ୍ କ୍ଷତିଗ୍ରସ୍ତ ହେବା ପ୍ରତିହତ କରେ। ମୁତ୍ରମାର୍ଗ ପରିଷ୍କାର ତଥା ସଂକ୍ରମଣମୁକ୍ତ ରଖିଥାଏ

୮. ବ୍ୟାୟାମ ସମୟରେ କାର‌୍ୟ୍ୟଦକ୍ଷତା ବଢ଼ାଏ। ଓଜନ ହ୍ରାସ କରେ।

୯. ଏହା ମସ୍ତିଷ୍କ, ସୁଷୁମ୍ନାକାଣ୍ଡ ଏବଂ ଇନ୍ଦ୍ରିୟଗୁଡ଼ିକ ପାଇଁ ଗଦି ପରି କାମ କରେ। ଏହା ଗଣ୍ଠିକୁ ଘର୍ଷଣମୁକ୍ତ ରଖେ। ଗଣ୍ଠି ଭିତରେ ଦେଖାଦେଉଥିବା କୋମଳାସ୍ଥି ଏବଂ ମେରୁଦଣ୍ଡର ହାଡ଼ଗୁଡ଼ିକ ୮୦ ଭାଗ ଜଳ ଧାରଣ କରେ। ଦୀର୍ଘ ସମୟ ଧରି ଡିହାଇଡ୍ରେସନ ବା ଜଳହୀନତା ଫଳରେ ଗଣ୍ଠିର ଆଘାତ ସମ୍ଭାଳିବା କ୍ଷମତା କମିଯାଇପାରେ ଫଳରେ ଗଣ୍ଠିବ୍ୟଥା ଦେଖାଦେଇପାରେ।

୧୦. ଏହା ଲାଳ ଓ ଛେପ ସୃଷ୍ଟି କରିଥାଏ। ଲାଳ ଆମ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ଏବଂ ପାଟି, ନାକ ଏବଂ ଆଖିକୁ ଆର୍ଦ୍ର ରଖେ। ଏହା ଘର୍ଷଣ ଓ କ୍ଷୟକ୍ଷତି ପ୍ରତିହତ କରିଥାଏ। ପାଣି ପିଇଲେ ପାଟି ପରିଷ୍କାର ହୋଇଥାଏ। ଏହା ହ୍ୟାଙ୍ଗଓଭରର ଆଶଙ୍କା କମ୍ କରେ।