ଲିଗାମେଣ୍ଟ ଇଞ୍ଜୁରି ହେଲେ କେମିତି ଉପଚାର କରିବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସନ୍ଦୀପ ଲେଙ୍କା ଏନେଇ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଶରୀରର ବିଭିନ୍ନ ଗଣ୍ଠିସ୍ଥାନରେ ହାଡ଼କୁ ହାଡ଼ ଯୋଡ଼ି ରଖିବା ପାଇଁ ଏକ ଇଲାଷ୍ଟିକ୍ ଟିସ୍ୟୁ ରହିଛି। ଏହାକୁ ଲିଗାମେଣ୍ଟ୍ ବୋଲି କୁହାଯାଏ। କୌଣସି କାରଣରୁ ଏହି ଲିଗାମେଣ୍ଟରେ ଆଘାତ ଲାଗିଲେ ଗଣ୍ଠିସ୍ଥାନରେ ଯନ୍ତ୍ରଣା ହେବା ସହ ଦୈନନ୍ଦିନ କାର୍ଯ୍ୟରେ ବ୍ୟଘାତ ଘଟିଥାଏ।   

ଶରୀରର ପ୍ରମୁଖ ଗଣ୍ଠି ହେଉଛି ଆଣ୍ଠୁଗଣ୍ଠି। ଏହାଦ୍ୱାରା ବ୍ୟକ୍ତି ଚାଲିପାରେ, ଦୌଡ଼ିବାରେ ତଥା ବିଭିନ୍ନ କାମ କରିବାରେ ସାହାଯ୍ୟ କରେ। ଆଣ୍ଠୁ ଭିତରେ ଏକାଧିକ ଲିଗାମେଣ୍ଟ ଥିବାରୁ ଅଧିକାଂଶ କ୍ଷେତ୍ରରେ ଆଣ୍ଠୁରେ ଲିଗାମେଣ୍ଟ ଇଞ୍ଜୁରୀ ହେବାର ଆଶଙ୍କା ଅଧିକ ଥାଏ। ଆଣ୍ଠୁରେ ୪ଟି ବଡ଼ ଲିଗାମେଣ୍ଟ ରହିଛି, ଯାହାକୁ ମେଡିକାଲ ଭାଷାରେ କ୍ରୁସିଏଟ୍‌ ଲିଗାମେଣ୍ଟ ଓ କୋଲାଟେରାଲ ଲିଗାମେଣ୍ଟ ବୋଲି କୁହାଯାଏ। ଆଣ୍ଠୁଗଣ୍ଠିର କ୍ୟାପ୍‌ସୁଲ ଭିତରେ ଆଣ୍ଟେରିଅର କ୍ରୁସିଏଟ୍‌ ଲିଗାମେଣ୍ଟ (anterior cruciate ligament) ଓ ପୋଷ୍ଟେରିଅର୍‌ କ୍ରୁସିଏଟ୍‌ ଲିଗାମେଣ୍ଟ (posterior cruciate ligament) ରହିଛି। ଆଣ୍ଠୁ ଗଣ୍ଠିର ପାର୍ଶ୍ୱରେ ମିଡିଆଲ କୋଲାଟେରାଲ ଲିଗାମେଣ୍ଟ ଓ ଲାଟେରାଲ କୋଲାଟେରାଲ ଲିଗାମେଣ୍ଟ ଥାଏ। ଏହି ୪ଟି ଲିଗାମେଣ୍ଟ ଇଞ୍ଜୁରୀ ହୋଇପାରେ।

ହ୍ୱାଟ୍‌ସଆପ୍‌ରେ ମାଗଣାରେ ପାଆନ୍ତୁ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍‌। ଲିଙ୍କରେ କ୍ଲିକ୍‌ କରନ୍ତୁ:https://bit.ly/SubscribeToSwasthyaPlusOdia

ଲିଗାମେଣ୍ଟ ଇଞ୍ଜୁରୀ ହେବାର କାରଣ କ’ଣ? (Causes of ligament injury in Odia)

ଆଣ୍ଠୁକୁ ଚଳପ୍ରଚଳ କରିବା ପାଇଁ ଲିଗାମେଣ୍ଟ ବାଲାନ୍ସ କରିଥାଏ। ଆଣ୍ଠୁ ଉପରେ ଅତ୍ୟଧିକ ଚାପ ଅଧିକ ପଡ଼ିଲେ ଲିଗାମେଣ୍ଟ ଇଞ୍ଜୁରୀ ହୋଇଥାଏ। ଲିଗାମେଣ୍ଟ ଇଞ୍ଜୁରୀ ଦୁଇ ପ୍ରକାରର। ଯଥା: ଆଇସୋଲେଟେଡ୍‌ ଏବଂ ମଲ୍ଟି ଲିଗାମେଣ୍ଟସ୍‌।

ଆଣ୍ଠୁର ଗୋଟିଏ ଲିଗାମେଣ୍ଟରେ ଇଞ୍ଜୁରୀ ହେଲେ ତାକୁ ଆଇସୋଲେଟେଡ୍‌।

ଯେତେବେଳେ ୧ରୁ ଅଧିକ ଲିଗାମେଣ୍ଟ ଛିଡ଼େ ତାକୁ ମଲ୍ଟି ଲିଗାମେଣ୍ଟସ୍‌ କୁହାଯାଏ।

ଲିଗାମେଣ୍ଟ ଇଞ୍ଜୁରିର ଲକ୍ଷଣ (Symptoms of ligament injury in Odia)

ଆକ୍ୟୁଟ୍‌ ଲିଗାମେଣ୍ଟ ଇଞ୍ଜୁରୀ ହୋଇଥିଲେ ଆଣ୍ଠୁ ଯନ୍ତ୍ରଣା ହୁଏ, ଫୁଲିଯାଏ, ଆଣ୍ଠୁ ସିଧା କରିବା ବେଳେ କିମ୍ବା ଭାଙ୍ଗିବା ବେଳେ ଦରଜ ହୁଏ।

କ୍ରୋନିକ୍‌ ଲିଗାମେଣ୍ଟ ଇଞ୍ଜୁରୀରେ ଚାଲିବା ବେଳେ ଆଣ୍ଠୁ ଉପରେ ନିୟନ୍ତ୍ରଣ ରହିନଥାଏ, ପାହାଚ ଚଢ଼ିବା ବେଳେ ଆଣ୍ଠୁ ବୁଲିବା ଭଳି ଲାଗିଥାଏ।

ଅଧିକ ପଢ଼ନ୍ତୁ: ଖେଳ ସମୟରେ ଆଘାତ ଲାଗିବାକୁ କେମିତି ରୋକିବେ?

ଲିଗାମେଣ୍ଟ୍ ଇଞ୍ଜୁରିର ଚିକିତ୍ସା କେମିତି ହୁଏ? (Treatment for ligament injury in Odia)

 ଲିଗାମେଣ୍ଟ ଇଞ୍ଜୁରୀର ଚିକିତ୍ସା ନ କଲେ ଯନ୍ତ୍ରଣା ଲାଗିରହେ। ତେଣୁ ଏହାର ଚିକିତ୍ସା କରିବା ଆବଶ୍ୟକ।

ଲିଗାମେଣ୍ଟ ଇଞ୍ଜୁରୀ ପାଇଁ ଫିଜିଓଥେରାପି (Physiotherapy for ligament injuries in Odia)

ଲିଗାମେଣ୍ଟ ଇଞ୍ଜୁରୀର ଚିକିତ୍ସା ଯେତିକି ଜରୁରୀ ଫିଜିଓଥେରାପିର ମଧ୍ୟ ସେତିକି ଜରୁରୀ। ଲିଗାମେଣ୍ଟ ସର୍ଜରୀ ପରେ ୬ରୁ ୭ମାସ ଯାଏଁ ଫିଜିଓଥେରାପି କରିବା ଦରକାର।

ଚିକିତ୍ସା ନକଲେ କ’ଣ ଅସୁବିଧା ହେବ? (Problem of ligament injury is left untreated in Odia)

ଯୁବାବସ୍ଥାରେ ଲିଗାମେଣ୍ଟ ଇଞ୍ଜୁରିର ଚିକିତ୍ସା କରାନଗଲେ ଆଣ୍ଠୁରେ ଯନ୍ତ୍ରଣା ହୁଏ, ଆଣ୍ଠୁ ଉପରେ ନିୟନ୍ତ୍ରଣ ରହେ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସନ୍ଦୀପ ଲେଙ୍କାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Ligament injury, in Odia language, is based on an extensive interview with Orthopedic surgeon Dr Sandeep Lenka.