କରୋନା ସମୟରେ ସମସ୍ତେ ଚାପଗ୍ରସ୍ତ କାହିଁକି ନା ମହାମାରୀର ରୂପ ଭୟଙ୍କର ହେଉଛି। ତେଣୁ କେବେବି ଏଭଳି ପରିସ୍ଥିତି ସାମ୍ନା କରିନଥିବା ଯୁବପିଢ଼ି ଚାପଗ୍ରସ୍ତ ହେବା ସ୍ୱାଭାବିକ କଥା। 

ସ୍କୁଲରେ ସାଙ୍ଗସାଥୀଙ୍କ ସହ ପାଠପଢ଼ିବା ହେଉ କି ଖାଇବା ଛୁଟିରେ ସାଙ୍ଗସାଥୀଙ୍କ ସହ ଆଇସ୍‌କ୍ରିମ୍‌ ଖାଇବା ହେଉ ଏଭଳି ଅନେକ ସ୍ମୃତି କିଶୋରବସ୍ଥାରେ ଦେଖିବାକୁ ମିଳିଥାଏ। ହେଲେ କରୋନା ଯୋଗୁଁ ଅଧିକାଂଶ ସ୍କୁଲ କଲେଜ ବନ୍ଦ। ଅନେକ ଛୋଟ ପିଲା, କିଶୋର କିଶୋରି ସେମାନଙ୍କ ଜୀବନର ଅନୁଭବରୁ ବଞ୍ଚିତ ହେଉଛନ୍ତି।

କରୋନା ମହାମାରୀ ଯୋଗୁଁ ସମାଜରେ ଯେଉଁଭଳି ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି ଏହି ସମୟରେ ସାଙ୍ଗସାଥୀଙ୍କ ବିନା ଘରେ ଏକା ରହିବା ଏକ ଭିନ୍ନ ଅନୁଭୂତି। ସବୁବେଳେ ସାଙ୍ଗସାଥୀଙ୍କ ସହ ସମୟ ବିତାଉଥିବା ବେଳେ ବର୍ତ୍ତମାନ କାହାରି ପାଖକୁ ଯାଇ ନ ପାରିବା, ଘରେ ରହିବା ଏବଂ ବାହାରେ ଖେଳି ନ ପାରିବା ଏବଂ ଘରେ ବନ୍ଦ ହୋଇ ରହିବା ଦ୍ୱାରା ଚାପଗ୍ରସ୍ତ ହେବା ସ୍ୱାଭାବିକ।  

କରୋନା ବେଳେ ଏଙ୍ଗଜାଇଟି ଆସିବା ସମ୍ପୂର୍ଣ୍ଣ ସ୍ୱଭାବ

ଗାଁ ଗହଳରେ ଲୋକେ ପିଣ୍ଡା, ଅଗଣା, ବାଡିଆଡ଼କୁ ଯାଇ ଚଳପ୍ରଚଳ ହେଉଥାଆନ୍ତି। ମାତ୍ର ସହରରେ ଅଧିକାଂଶ ଲୋକ ଛୋଟ ଛୋଟ ଯାଗାରେ ବନ୍ଦ ହେଇ ରହିଲାରୁ ସେମାନଙ୍କୁ ଅଡ଼ୁଆ ଲାଗିଥାଏ।

କରୋନା ମହାମାରୀର କଟକଣା କାରଣରୁ ହତାଶ, ଏକୁଟିଆ ଏବଂ ଏଙ୍ଗଜାଇଟି ଲାଗୁଥିବା ଯୁବପିଢ଼ିଙ୍କ ବିଷୟରେ ବିଶିଷ୍ଟ ମନସ୍ତତ୍ତ୍ୱବିତ୍ ଡାକ୍ତର ଲିସା ଡାମୌରଙ୍କ ସହିତ ସାକ୍ଷାତକାର କରିଥିଲା ୟୁନିସେଫ। ସେ କହିଛନ୍ତି, ‘‘ଯୁବପିଢ଼ି ଏହି କରୋନା ଭଳି ମହାମାରୀ ସମୟରେ ଏହିଭଳି ଅନୁଭବ କରିବା ସାଧାରଣ କଥା।  ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ନିଜ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କ’ଣ କରିବା ଆବଶ୍ୟକ।

ଯଦି ସ୍କୁଲ୍ ବନ୍ଦ ଅଛି ଏବଂ କରୋନା ବିଷୟରେ ନ୍ୟୁଜ୍‌ରେ ହେଡ୍‌ଲାଇନ୍‌ ଦେଖି, ଆପଣଙ୍କୁ ଏଙ୍ଗଜାଇଟି ଲାଗୁଛି, ତେବେ ଏଭଳି ପରିସ୍ଥିତିର ସାମ୍ନା ଆପଣ ଏକା କରୁ ନାହାନ୍ତି। ଡାକ୍ତର ଲିସା କହନ୍ତି “ବେଳେବେଳେ ଉଦ୍‌ବେଗ ଲାଗିବା ସାଧାରଣ କଥା। ଏହାଦ୍ୱାରା ବିପଦରୁ ବଞ୍ଚିବା ପାଇଁ ଆମେ ସତର୍କ ହୋଇଯାଉ। ଆପଣଙ୍କର ଏଙ୍ଗଜାଇଟି ଆପଣଙ୍କୁ ନିଷ୍ପତି ନେବାରେ ସାହାଯ୍ୟ କରିବ ଯେପରିକି ଗହଳି ପୂର୍ଣ୍ଣ ସ୍ଥାନରେ ନ ରହିବା, ହାତକୁ ବାରମ୍ବାର ଧୋଇବା ଓ ମୁହଁରେ ହାତ ନ ମାରିବା। ଏହି ଅଭ୍ୟାସ କେବଳ ଆପଣଙ୍କୁ ନୁହେଁ, ଆପଣଙ୍କ ଆଖପାଖରେ ଥିବା ଲୋକଙ୍କୁ କରୋନାରୁ ରକ୍ଷା କରିବ।’’

“ମହାମାରୀ କରୋନା ବିଷୟରେ ନ୍ୟୁଜ୍‌ ପଢ଼ିବା ଓ ଦେଖିବା ଜରୁରୀ ହେଲେ ବିଶ୍ୱାସଯୋଗ୍ୟ ମାଧ୍ୟମକୁ ଭରସା କରନ୍ତୁ ବା ଯଦି କୌଣସି ମାଧ୍ୟମରୁ ଖବର ଶୁଣୁଛନ୍ତି, ତେବେ ଉକ୍ତ ଖବରକୁ ପୁନର୍ବାର ପରଖି ନିଅନ୍ତୁ।

ଯଦି କରୋନାର କୌଣସି ଲକ୍ଷଣ ଜଣାପଡ଼ୁଛି, ତେବେ ଚିନ୍ତିତ ହୁଅନ୍ତୁ ନାହିଁ କାରଣ ଶିଶୁ ଏବଂ ଯୁବପିଢ଼ିଙ୍କ କ୍ଷେତ୍ରରେ କରୋନାର ସାଧାରଣ ଲକ୍ଷଣ ଦେଖାଦେଇଥାଏ ଯାହାର ଚିକିତ୍ସା କରାଯାଇପାରିବ।” 

ସେ କହିଛନ୍ତି “ଆପଣ ଯଦି କରୋନା ପଜିଟିଭ୍‌ ଥିବା ନେଇ ଦ୍ୱନ୍ଦରେ ଅଛନ୍ତି ତେବେ ଆପଣଙ୍କ ଅଭିଭାବକଙ୍କୁ ଜଣାନ୍ତୁ, ସେ ଆପଣଙ୍କୁ ସାହାଯ୍ୟ କରିପାରିବେ।” ଏହାଛଡ଼ା ସମସ୍ତ ସକର୍ତକତା ପାଳନ କଲେ ଯେପରିକି ବାରମ୍ବାର ହାତ ଧୋଇବା, ମୁହଁକୁ ନ ଛୁଇଁବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ମାସ୍କ ପିନ୍ଧିବା ଦ୍ୱାରା ଆମେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବା। 

ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହନ୍ତୁ

କରୋନା ସମୟରେ ଘରେ ରହିବାକୁ ପଡ଼ୁଥିଲେ, ନିଜକୁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ। ଯଥା – ଘର କାର୍ଯ୍ୟ କରନ୍ତୁ, ନିଜ ମନ ପସନ୍ଦର ସିନେମା ଦେଖନ୍ତୁ କିମ୍ବା ବେଡ୍‌ରେ ଶୋଇ ଉପନ୍ୟାସ ପଢ଼ନ୍ତୁ ଓ ଘରେ ଖେଳା ଯାଉଥିବା ଖେଳ ଖେଳନ୍ତୁ।

ନିଜ ସାଙ୍ଗମାନଙ୍କ ସହ ଯୋଗାଯୋଗ କରିବାର ନୂଆ ନୂଆ ମାଧ୍ୟମ ଖୋଜନ୍ତୁ 

ସାମାଜିକ ଦୂରତା ଅବଲମ୍ବନ କରି ନିଜ ସାଙ୍ଗସାଥୀଙ୍କ ସହିତ ସୋସିଆଲ ମିଡିଆ ଜରିଆରେ କଥାବାର୍ତ୍ତା ହୁଅନ୍ତୁ।

ନିଜ ଉପରେ ଫୋକସ୍ କରନ୍ତୁ 

କିଛି ନୂଆ କରିବାକୁ ଓ କିଛି ନୂଆ ଶଖିବାକୁ ଚେଷ୍ଟା କରନ୍ତୁ। ନୂଆ ବହି ପଢ଼ିବା, ନୂଆ ଶିଖିବାର ଏହା ହିଁ ଉପଯୁକ୍ତ ସମୟ। ଏହି ସମୟ ନିଜକୁ ଓ ନିଜକୁ ସକରାତ୍ମକ ଭାବେ ତିଆରି କରିବା ପାଇଁ ବିତାନ୍ତୁ। ଏହା ହିଁ  ଉପଯୁକ୍ତ ସମୟ ବୋଲି ଡାକ୍ତର ଲିସା କହିଛନ୍ତି।

ୟୁନିସେଫ୍‌ ସହିତ କଥାବାର୍ତ୍ତା ବେଳେ ଡାକ୍ତର ଲିସା କହିଛନ୍ତି, “ସ୍କୁଲରେ ସାଙ୍ଗମାନଙ୍କ ସହିତ ସମୟ ବିତାଇବା, ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେଇନପାରିବା ନିଶ୍ଚୟ ଜୀବନର ବହୁତ ବଡ଼ କ୍ଷତି। ଯଦି ଆପଣଙ୍କୁ ଏସବୁ କଥା ମନେ ପଡୁଛି, ଦୁଃଖ ଲାଗୁଛି ତେବେ ସେହି କଥାକୁ ଭାବନ୍ତୁ। କାରଣ ସେହି କଥା ଭାବିସାରିବା ପରେ ଆପଣଙ୍କୁ ଶାନ୍ତି ଲାଗିବ।” 

(ସୌଜନ୍ୟ: ୟୁନିସେଫ୍‌‌)