ଅନେକ ସମୟରେ କୌଣସି କାରଣ ପାଇଁ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ହୋଇଥାଏ। କିନ୍ତୁ ଜାଣିଛନ୍ତି କି ଏହି ଯନ୍ତ୍ରଣା ମାନସିକ ଅବସାଦର କାରଣ ମଧ୍ୟ ହୋଇପାରେ।
ସାଧାରଣତଃ ସୋମାଟୋଫର୍ମ ଡିସଅର୍ଡର ଯୁବାବସ୍ଥାରୁ ଆରମ୍ଭ ହୋଇଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ସୋମାଟୋଫର୍ମ ଡିସଅର୍ଡର ୧୦ ଗୁଣ ଅଧିକ ଦେଖାଯାଇଥାଏ। ଏହି ରୋଗର ଲକ୍ଷଣ ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ। ରୋଗର ଲକ୍ଷଣର ତୀବ୍ରତା କମ ବେଶୀ ହେଉଥାଏ ମାତ୍ର ରୋଗୀ ଆରୋଗ୍ୟ ପାଇଁ ଚିକିତ୍ସାର ଆବଶ୍ୟକ ରହିଛି।
ସୋମାଟୋଫର୍ମ ଡିସଅର୍ଡରର ଲକ୍ଷଣ (symptoms of somatoform disorder in odia)
ସାଧାରଣତଃ ସୋମାଟୋଫର୍ମ ଡିସଅର୍ଡର ୩୦ ବର୍ଷରୁ ଧୀରେ ଧୀରେ ଆରମ୍ଭ ହୋଇଥାଏ। ଦୀର୍ଘ ଦିନ ପର୍ଯ୍ୟନ୍ତ ଅନେକ ଶାରୀରିକ ଲକ୍ଷଣ ଲାଗି ରହିଥାଏ। ଏହା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ।
ହାତ ଗୋଡ଼ ବ୍ୟଥା, ପେଟ ବ୍ୟଥା, ଅଣ୍ଟା ଯନ୍ତ୍ରଣା ହେବା, ବେକ ଓ କାନ୍ଧ ବିନ୍ଧିବା, ମୁଣ୍ଡ ବିନ୍ଧା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହେ।
ସୋମାଟୋଫର୍ମ ଡିସଅର୍ଡରରେ ପେଟରେ ଗ୍ୟାସ ହେବା, ପେଟ ଫୁଲିବା, ପତଳା ଝାଡ଼ା ହେବା, ବାନ୍ତି ହେବା, ବଦହଜମି ହେବା ଏବଂ କୋଷ୍ଠକାଠିନ୍ଯ ଲାଗି ରହିବା ଆଦି ଦେଖାଯାଇଥାଏ।
ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା
ଠିକ ଭାବେ ପରିସ୍ରା ନ ହେବା
ଥକ୍କାପଣ ଅନୁଭବ ହେବା
ଅଜବ ପ୍ରକାର କଥା କହିବା
ଅନେକ ଲୋକ ପେଟ ଭିତରେ କ’ଣ ଚାଲିଯାଉଛି, ଅଧିକ ଥଣ୍ଡା କିମ୍ବା ଗରମ ଲାଗୁଛି ଏବଂ ଦେହ ଜଳାପୋଡ଼ା ହେଉଛି ବୋଲି କହିଥାନ୍ତି। ଅନେକ ଘରୋଇ ଉପଚାର ପରେ ମଧ୍ୟ ଆଶ୍ୱସ୍ତି ଲାଭ କରି ପାରନ୍ତି ନାହିଁ। ରୋଗୀ ଏସବୁ ସମସ୍ୟାକୁ ନେଇ ବ୍ୟସ୍ତ ବିବ୍ରତ ହୋଇପଡ଼େ। ଛୋଟ ଛୋଟ ଶାରୀରିକ ଲକ୍ଷଣକୁ ଗୁରୁତର ରୋଗ ବୋଲି ଭାବି ଚିନ୍ତିତ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ ପରେ ମଧ୍ୟ ସେ ନିଜ ସମସ୍ୟାକୁ ନେଇ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼େ। ଅନେକ କ୍ଷେତ୍ରରେ ଏପରି ହେବା ଯୋଗୁଁ ଲୋକମାନେ ନିଶାଦ୍ରବ୍ୟ ସେବନ କରିବା ଆରମ୍ଭ କରିଦିଅନ୍ତି। ଫଳରେ ରୋଗୀ ଅଧିକ ରୋଗଗ୍ରସ୍ତ ହୋଇପଡ଼େ।
ପୂର୍ବରୁ ପରିବାରର କୌଣସି ସଦସ୍ୟ ସୋମାଟୋଫର୍ମ ଡିସଅର୍ଡରରେ ଆକ୍ରାନ୍ତ ଥିଲେ ପିଲା ନିକଟରେ ଏହି ରୋଗ ଦେଖା ଯିବାର ଆଶଙ୍କା ରହିଛି। ପ୍ରାୟ ୧୦ରୁ ୨୦ ପ୍ରତିଶତ ଲୋକଙ୍କ ନିକଟରେ ଏହି ରୋଗ ବଂଶାନୁକ୍ରମିକ ହୋଇଥାଏ।
କୌଣସି କାରଣରୁ ମସ୍ତିଷ୍କରେ କେତେକ ରାସାୟନିକ ପଦାର୍ଥର ମାତ୍ରାରେ ପରିବର୍ତ୍ତନ ହେଲେ ସୋମାଟୋଫର୍ମ ଡିସଅର୍ଡର ଦେଖାଯାଇଥାଏ।
କେତେକ ବ୍ୟକ୍ତିଙ୍କଠାରେ କୌଣସି କାରଣରୁ ମାନସିକ ଚାପ ପଡ଼ିଲେ ସୋମାଟୋଫର୍ମ ରୋଗ ଆରମ୍ଭ ହୋଇପାରେ।
ସୋମାଟୋଫର୍ମ ଡିସଅର୍ଡର ରୋଗରେ ପୀଡ଼ିତ ରୋଗୀ ନିଜ ଅବାସ୍ତବ ଲକ୍ଷଣକୁ ନେଇ ବ୍ୟସ୍ତ ହୋଇପଡ଼ନ୍ତି। ଡାକ୍ତରଙ୍କ ପରାମର୍ଶ ପରେ ମଧ୍ୟ ଆଶ୍ୱସ୍ତି ପାଇ ନ ପାରି ଅନ୍ୟ ଡାକ୍ତରଙ୍କ ସହ ପରାମର୍ଶ କରିଥାନ୍ତି। ଏପରି କରିବା ଫଳରେ ରୋଗର ସମାଧାନ ହେବା ଅପେକ୍ଷା ରୋଗ ବଢ଼ି ବଢ଼ି ଚାଲିଥାଏ।
ସାଇକୋଥେରାପି ମାଧ୍ୟମରେ ସୋମାଟୋଫର୍ମ ଡିସଅର୍ଡରର ଚିକିତ୍ସା କରାଯାଏ।
ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିଛି ରହିଲେ ମନସ୍ତାତ୍ତ୍ୱିକ ଚିକିତ୍ସାର ଦରକାର ପଡ଼ିଥାଏ।