ଶ୍ୱାସ ରୋଗୀମାନଙ୍କ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ। ତେବେ ଜାଣନ୍ତୁ ଏହି ରୋଗୀମାନେ କେଉଁ ଖାଦ୍ୟ ସେମାନଙ୍କ ପାଇଁ ଲାଭଦାୟକ ଏବଂ କ୍ଷତିକାରକ ହୋଇଥାଏ।

asthma problem due to AC

ଅଧିକ ପଢ଼ନ୍ତୁ: ଘରୋଇ ଉପାୟରେ ଡାଇବେଟିସକୁ କରନ୍ତୁ ନିୟନ୍ତ୍ରଣ

ଶ୍ଵାସ ରୋଗୀମାନଙ୍କୁ ଦହି ଏବଂ ଅଦା ଭଳି ଅନ୍ୟ କେତେକ ଖାଦ୍ୟ ଖାଇବାକୁ କୁହାଯାଇଥାଏ। କିନ୍ତୁ ଏପରି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଫଳରେ ଏହି ରୋଗ ବଢ଼ି ଯାଇଥାଏ। ତେଣୁ ଶ୍ଵାସ ରୋଗୀମାନେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଶ୍ଵାସ ରୋଗୀମାନେ କ’ଣ ଖାଇପାରିବେ?

ପ୍ରୋବାୟୋଟିକ ଖାଦ୍ୟ

ପ୍ରୋବାୟୋଟିକଯୁକ୍ତ ଖାଦ୍ୟ ଖାଇବା ଫଳରେ ଶ୍ୱାସରୋଗ ନିୟନ୍ତ୍ରଣରେ ରହିଥାଏ। ଦହିରେ ପ୍ରଚୁର ମାତ୍ରାରେ ପ୍ରୋବାୟୋଟିକ ରହିଛି। ପ୍ରୋବାୟୋଟିକ ଖାଦ୍ୟ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଏହି ଖାଦ୍ୟ ଖାଇବା ଦ୍ଵାରା ପେଟରେ କ୍ଷତିକାରକ ବ୍ୟାକ୍ଟୋରିଆ ନଷ୍ଟ ହୋଇଯାଆନ୍ତି। ଶରୀର ପାଇଁ ସାହାଯ୍ୟକାରୀ ବ୍ୟାକ୍ଟେରିଆ ସଂଖ୍ୟା ବୃଦ୍ଧି କରି ଶରୀରକୁ ସୁସ୍ଥ ରହିବାରେ ସାହାଯ୍ୟ କରିଥାଏ।

ଓମେଗା-୩ ଫ୍ୟାଟି ଏସିଡ

ଶ୍ଵାସରୋଗୀମାନେ ନିୟମିତ ଭାବେ ଓମେଗା-୩ ଫ୍ୟାଟି ଏସିଡଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଏହା ଶ୍ଵାସନଳୀର ହୋଇଥିବା ଇନଫେକ୍ସନକୁ ଦୂର କରିବାରେ ସାହାଯ୍ୟ କରିଥାଏ।

ଅଧିକ ପଢ଼ନ୍ତୁ: ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି କରିବ ଏହି ଖାଦ୍ୟ

ଲୁଣ କମ ଖାଆନ୍ତୁ

କମ ଲୁଣ ଖାଇବା ଦ୍ଵାରା ଶ୍ଵାସକ୍ରିୟା ସଠିକ ଭାବେ ହୋଇଥାଏ। ଫଳରେ ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା ମିଳିଥାଏ। ଖାଦ୍ୟରେ କମ ଲୁଣ ଖାଆନ୍ତୁ। ଆପଣ କଞ୍ଚା ପନିପରିବା ଏବଂ ଫଳ ସହ ଲୁଣ ମିଶାଇ ଖାଇପାରିବେ।

ମ୍ୟାଗ୍ନେସିୟମ

ଆଭକାଡୋ, କଦଳୀ, ଡ୍ରାଏ ଫ୍ରୁଟ, ପତ୍ରଯୁକ୍ତ ପରିବାରେ ମ୍ୟାଗ୍ନେସିୟମ ଭରପୁର ହୋଇ ରହିଥାଏ। ଏପରି ଖାଦ୍ୟ ଖାଇବା ଦ୍ଵାରା ଶ୍ଵାସନଳୀର ମାଂସପେଶୀ ନରମ ହୋଇଥାଏ। ଶ୍ଵାସରୋଗୀମାନେ ମ୍ୟାଗ୍ନେସିୟମ ଜାତୀୟ ଖାଦ୍ୟ ଖାଇବା ଫଳରେ ଶ୍ଵାସ ନେବାରେ କୌଣସି ଅସୁବିଧା ହୋଇଥାଏ ନ ଥାଏ। ଶ୍ୱାସ ରୋଗୀମାନେ ନିୟମିତ କାଜୁ, ରାଜମା ଭଳି ଖାଦ୍ୟ ଖାଇବା ଫଳରେ ଶ୍ୱାସ ଜନିତ କଷ୍ଟରୁ ମୁକ୍ତି ପାଇଥାନ୍ତି।

ଅଲିଭ ଅଏଲ

ଅଲିଭ ଅଏଲ ଚର୍ବିଯୁକ୍ତ ନୁହେଁ। ଏହାକୁ ଖାଇବା ଦ୍ଵାରା ଶ୍ଵାସନଳୀ ସୁସ୍ଥ ରହିଥାଏ। ମନେରଖନ୍ତୁ ଅଲିଭ ତେଲକୁ ଅଧିକ ଗରମ କରି ଖାଆନ୍ତୁ ନାହିଁ। ନଚେତ ଏଥିରୁ ପୋଷାକ ତତ୍ତ୍ଵ ନଷ୍ଟ ହୋଇଯିବ।

ଅଦା

ଅଦାରେ ଆଣ୍ଟି ଇନଫ୍ଲାମେଟାରୀ ଗୁଣ ରହିଛି। ଯାହାକି ଶ୍ଵାସ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଶ୍ଵାସନଳୀରେ ହେଉଥିବା ସଂକ୍ରମଣକୁ ଏହା ଦୂର କରିଥାଏ। ଅଦା ଖାଇବା ଦ୍ଵାରା ଶ୍ଵାସନଳୀ ପରିଷ୍କାର ହୋଇ ଖୋଲିଯାଏ। ଫଳରେ ରୋଗୀକୁ ଶ୍ଵାସକ୍ରିୟାରେ କୌଣସି ଅସୁବିଧା ହୁଏ ନାହିଁ। ଅଦାର କୌଣସି ପାର୍ଶ୍ଵପ୍ରତିକ୍ରିୟା ନାହିଁ।

ଶ୍ୱାସରୋଗୀମାନେ କ’ଣ ଖାଇବେ ନାହିଁ?

କ୍ଷୀର ଜାତୀୟ ଖାଦ୍ୟ

କେତେକ ଶ୍ଵାସ ରୋଗୀମାନେ କ୍ଷୀର ଓ କ୍ଷୀରରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ଵାରା ଆଲର୍ଜି ହୋଇଥାଏ। ଯଦି ସେପରି କିଛି ଅସୁବିଧା ଦେଖାଦେଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଅଧିକ ପଢ଼ନ୍ତୁ: କ’ଣ ରହିଛି ଟମାଟୋର ଉପକାରୀ ଗୁଣ ଆସନ୍ତୁ ଜାଣିବା

କଞ୍ଚା ଫଳ ଖାଆନ୍ତୁ ନାହିଁ

ସେଓ ଭଳି କଞ୍ଚା ଫଳ ଖାଆନ୍ତୁ ନାହିଁ। ତେଣୁ ଯେତେ ସମ୍ଭବ ପାଚିଲା ଫଳ ଖାଆନ୍ତୁ।

ପ୍ୟାକେଟ ଖାଦ୍ୟ ଖାଆନ୍ତୁ ନାହିଁ

ଖାଦ୍ୟକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଫ୍ଲେବର ଏବଂ ଲୁଣ ବ୍ୟବହୃତ ହୋଇଥାଏ। ତେଣୁ ଶ୍ୱାସ ରୋଗୀମାନେ ପ୍ୟାକେଟ ଖାଦ୍ୟଠାରୁ ଦୂରେଇ ରହନ୍ତୁ। କୋଲଡ୍ରିଙ୍କସ ପିଅନ୍ତୁ ନାହିଁ। ବିଭିନ୍ନ ପ୍ରକାର ଚିପ୍ପ, ଲୁଣି ଶୁଖୁଆ ଆଦି ଖାଦ୍ୟ ଖାଆନ୍ତୁ ନାହିଁ।