ରୋଷେଇ ଘରେ ଟମାଟୋ ଏକ ଦରକାରୀ ପରିବା ଭାବେ ବ୍ୟବହାର କରାଯାଏ। ବିଶ୍ଵରେ ଟମାଟୋ ଉତ୍ପାଦନ କରିବାରେ ସର୍ବାଗ୍ରେ ରହିଛି। ଏହାର ଅନେକ ଗୁଡ଼ିଏ ଉପକାରୀ ଗୁଣ ମଧ୍ୟ ରହିଛି।

tamato

ଚର୍ବି ନିୟନ୍ତ୍ରଣ: ଚର୍ବି ବା ମୋଟାପଣ ଦୂର କରିବାରେ ଟମାଟୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରତିଦିନ ଖାଦ୍ୟରେ ଏହାକୁ ବ୍ୟବହାର କରିବା ଦ୍ୱାରା ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ।

ଟମୋଟୋରେ ଥିବା ଲିକ୍ଲୋପେନ ନାମକ ପୋଷଣ ଶରୀରରେ ଥିବା କୋଷିକାଗୁଡିକର ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ। ବିଶେଷ କରି ଏହା ପେଟ ଓ କୋଲେଷ୍ଟ୍ରରାଲର କେଶରକୁ ରୋକିଥାଏ। ତେଣୁ ଟମାଟୋକୁ ଆପଣ ନିୟମିତ ଭାବରେ ଖାଦ୍ୟରେ ବ୍ୟବହାର କରିବା ଉଚିତ।

 

ସୌନ୍ଦର୍ଯ୍ୟ ଓ କେଶ ପାଇଁ ଲାଭଦାୟକ: ବର୍ତ୍ତମାନ ବଢ଼ୁଥିବା ପ୍ରଦୂଷଣ କାରଣରୁ ତ୍ଵଚା ଓ କେଶ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଖାଦ୍ୟରେ ଯେତେ ଟମାଟୋ ସାମିଲ କରିବେ ସେତେ ଏହାର ଫାଇଦା ମିଳିବ। ତ୍ଵଚା ଚିକ୍କଣ ହେବା ସହ କେଶ ମଧ୍ୟ ମଜବୁତ ରହିବ।

ହାଡ଼ ଶକ୍ତ କରେ: ଟମାଟୋରେ ଥିବା ଭିଟାମିନ-କେ ଓ କ୍ୟାଲସିୟମର ପରିମାଣ ଅଧିକ ଥିବାରୁ ଏହାକୁ ଆପଣ ଯେତେ ଅଧିକ ମାତ୍ରାରେ ଖାଇବା ଉଚିତ। କାରଣ ଏହା ଶରୀରରେ ଥିବା ହାଡଗୁଡିକ ଅଧିକ ଶକ୍ତ ଏବଂ ମଜଭୁତ କରିଥାଏ।

ଧୂମ୍ରପାନ ସମସ୍ୟା: ଯଦି ଆପଣ ଧୂମ୍ରପାନ କରିବା ଛାଡିଦେଇଛନ୍ତି ତେବେ ଶରୀର ମଧ୍ୟରେ ହେଉଥିବା ଯନ୍ତ୍ରଣାକୁ ଏହା ସମ୍ଭାଳିବାରେ ସହାୟକ ହୋଇଥାଏ। ଟମାଟୋରେ ଥିବା କୌମରିକ ଏସିଡ୍ ଓ କ୍ଲୋରେଜେନିକ ଏସିଡ୍ ସିଗାରେଟର ତଥା ଧୁମପାନ ଜନିତ ବିଭିନ୍ନ ସମସ୍ୟାକୁ ରୋକିଥାଏ।

ଦୁର୍ବଳ ହୃଦୟ: ଟମାଟୋ ସାଧାରଣତଃ ଦୁର୍ବଳ ହୃଦୟ ତଥା ହୃଦୟ ଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ  ଉପକାରୀ।ଏହାକୁ ନିୟମିତ ଖାଇବା ଦ୍ୱାରା ଏଭଳି ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଦୂର କରାଯାଇପାରେ।

ମଧୁମେହ ନିୟନ୍ତ୍ରଣ: ଟମାଟୋରେ ଥିବା ମିନେରାଲ୍ସ କ୍ଷମତା ରହିଛି ଯାହାକୁ ସାଧାରଣତଃ କ୍ରୋମିୟମ କହନ୍ତି। ଏହି କ୍ଷମତା ରକ୍ତଚାପ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିଥାଏ। ଅର୍ଥାତ୍ ଏହା ଶରୀରର ସୁଗାର ଲେବୁଲକୁ ନିୟନ୍ତ୍ରିତ କରି ଥାଏ। ଏଣୁ ଯେଉଁମାନେ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି, ଏହାକୁ ପ୍ରଚୁର ପରିମାଣରେ ସେବନ କରିବା ଲାଭଦାୟକ ଅଟେ।

 

ଶରୀରକୁ ରଖେ ସୁସ୍ଥ: ଶରୀରରେ ଥିବା ରୋଗ ପ୍ରତିରକ୍ଷା ଶକ୍ତିକୁ ବଢାଇବାରେ ଟମାଟୋ ଅତ୍ୟନ୍ତ ଲାଭଦାୟକ।ତେବେ ତାଜା ତଥା ସତେଜ ଟମାଟୋ ଜୁସ୍ ନିୟମିତ ପିଇବା ଜରୁରୀ ଅଟେ।ଏଥିରେ ଥିବା ଭିଟାମିନ- ସି ଯାହା ହାନିକାରକ ହର୍ମୋନ୍ସକୁ ବଢାଇଥାଏ। ଏଥିସହ ଶରୀରକୁ ସୁସ୍ଥ ଓ ରୋଗମୁକ୍ତ ରଖିଥାଏ। ଟମାଟୋରେ ଥିବା ପ୍ରୋଟିନ ଯୋଗୁଁ ଏହା ଶରୀରରେ ଥିବା ଶ୍ୱେତ ଓ ଲୋହିତ ରକ୍ତକଣିକା ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ।