ଦାନ୍ତ ମାଢ଼ିରୁ ରକ୍ତ : ପାଇରିଆ - ଲକ୍ଷଣ ଓ ଚିକିତ୍ସା | Dr Dibya Lochan Swain on Pyorrhea (Gum Disease)
About this video
ପାଟିରେ ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ସହ ମାଢ଼ି ସଂକ୍ରମଣ ହେବାକୁ ପାଇରିଆ ରୋଗ କୁହାଯାଏ। ଏହା ଏକ ସାଧାରଣ ପାଟି ରୋଗ, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳେ। ପାଇରିଆ ରୋଗ ଯୋଗୁଁ ବ୍ୟକ୍ତିର ପାଟିରୁ ଦୁର୍ଗନ୍ଧ ବାହାରିଥାଏ, ମାଢ଼ି ଫୁଲିଯାଏ ଏବଂ ସେଥିରଉ ରକ୍ତ ବାହାରିଥାଏ। ତେବେ ଏହାକୁ ସଠିକ ସମୟରେ ଚିକିତ୍ସା ନକଲେ ପରିସ୍ଥିତି ଜଟିଳ ହୋଇପାରେ। ଆସନ୍ତୁ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ପାଇରିଆ ରୋଗର କାରଣ, ଲକ୍ଷଣ, ଜଟିଳତା ଏବଂ ଚିକିତ୍ସା ବିଷୟରେ ଅଧିକ ଜାଣିବା।