କେଉଁମାନଙ୍କୁ ହୋଇପାରେ ବ୍ରେନ୍ ଷ୍ଟ୍ରୋକ୍? ଲକ୍ଷଣକୁ କରନ୍ତୁନି ଅଣଦେଖା|Brain Stroke in Odia|Dr Maya Gantayet
About this video
ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ପାଲଟିଛି। ଉଚ୍ଚ ରକ୍ତଚାପ, ଅନିୟନ୍ତ୍ରିତ ମଧୁମେହ, ମୋଟାପଣ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ବ୍ରେନ୍ ଷ୍ଟ୍ରୋକ୍ ଘଟଣା ବଢ଼ିବାରେ ଲାଗିଛି। କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ବ୍ରେନ୍ ଷ୍ଟ୍ରୋକ୍ର ଲକ୍ଷଣକୁ କିପରି ଚିହ୍ନିବେ? ଷ୍ଟ୍ରୋକ୍ ହେବାର କେତେ ସମୟ ମଧ୍ୟରେ ପୀଡ଼ିତଙ୍କୁ ଡାକ୍ତରଖାନା ନେବେ? ଷ୍ଟ୍ରୋକ୍ ପରେ ପୀଡ଼ିତଙ୍କ ଯତ୍ନ କିପରି ନେବେ? ଆସନ୍ତୁ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ମାୟା ଗନ୍ତାୟତଙ୍କଠାରୁ ଏନେଇ ଅଧିକ ଜାଣିବା।