ଆଖିରୁ ପାଣି ଗଡୁଛି କି? ଜାଣନ୍ତୁ କାହିଁକି | Dr Suryasnata Rath on Watery Eyes in Odia |Causes & Treatment
About this video
ଆପଣଙ୍କ ଆଖିରୁ ପାଣି ଗଡୁଛି କି? ଏହାର କାରଣ ଓ ଚିକିତ୍ସା ବିଷୟରେ ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କଠାରୁ ଜାଣନ୍ତୁ। ଭିଡିଓକୁ ଲାଇକ୍ ଓ ସେୟାର କରନ୍ତୁ। ଆଖି ହେଉଛି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ। ଆଖି ଭିତର ପୃଷ୍ଠକୁ ଆର୍ଦ୍ର ରଖିଥାଏ ଆମ ଆଖିର ଲୁହ। ଏହା ସହିତ ଆଖିରେ ପଡୁଥିବା ଛୋଟ କଣିକାଗୁଡ଼ିକୁ ସଫା କରିବାରେ ମଧ୍ୟ ଲୁହ ସାହାଯ୍ୟ କରିଥାଏ। ହେଲେ କେତେକଙ୍କଠାରେ ଆଖିରୁ ଅତ୍ୟଧିକ ପାଣି ଗଡୁଥିବା ଦେଖିବାକୁ ମିଳେ। ଏହା ଏକ ଚକ୍ଷୁଜନିତ ସମସ୍ୟା। ଏହି ଅବସ୍ଥାକୁ ହେୟଜ୍ଞାନ କରନ୍ତୁ ନାହିଁ। ଆସନ୍ତୁ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କଠାରୁ ପାଣି ଗଡ଼ିବା ସମସ୍ୟା ଓ ଏହାର ଚିକିତ୍ସା ବିଷୟରେ ଅଧିକ ଜାଣିବା।