କେମିତି ଛାଡ଼ିବେ ତମାଖୁ? | How to Quit Smoking? in Odia | Dr Debi Prasad Mohanty | World No Tobacco Day

Dr Debi Prasad Mohanty31 May 20225:328.1K views

About this video

ଆଜି ମେ’ ୩୧, ଏହି ଦିନ ସାରାବିଶ୍ୱରେ ତମାଖୁ ବର୍ଜନ ଦିବସ ପାଳନ ହୁଏ। ତମାଖୁ ପ୍ରତି ଦୂରତା ରଖିବାକୁ ସଚେତନ କରାଯାଏ। ଫିଲ୍ମ ଆରମ୍ଭ ପୂର୍ବରୁ କିମ୍ବା ଟେଲିଭିଜନରେ ବିଭିନ୍ନ ସମୟରେ ଏକ ବାର୍ତ୍ତା ଆସିଥାଏ ଯେ ‘ତମାଖୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ’। ଟିଭି, ପୋଷ୍ଟର, ବ୍ୟାନର ମାଧ୍ୟମରେ ସବୁବେଳେ ତମାଖୁ କ୍ଷତିକାରକ ଗୁଣ ସମ୍ପର୍କରେ ସଚେତନ କରାଯାଏ। ଏହି ସଚେତନତା ଅଭିଯାନକୁ ଆହୁରି ମଜଭୁତ କରିବା ପାଇଁ ପ୍ରତିବର୍ଷ ମେ’ ୩୧ରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଏ। ଏହା ମାଧ୍ୟମରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରାଯାଏ। ତମାଖୁ ଆମ ପାଇଁ କିପରି ସାଂଘାତିକ ହୋଇପାରେ ସେ ବିଷୟରେ ଲୋକଙ୍କୁ କୁହାଯାଏ। ତେବେ ତମାଖୁର ଅଭ୍ୟାସ କିପରି ଛାଡ଼ିବେ, ସେ ବିଷୟରେ ଡାକ୍ତର ଦେବୀ ପ୍ରସାଦ ମହାନ୍ତି କ'ଣ କହୁଛନ୍ତି ଆସନ୍ତୁ ଜାଣିବା। World No Tobacco Day is observed on May 31 to raise awareness about the health risks of consuming tobacco. We see the message “tobacco is injurious to health” everywhere; movies, television disclaimers, posters, banners, etc remind us of its harmful effect. Increased risk of gum disease and tooth loss are among the common problems. So what are the effects of smoking and tobacco? Let's know more from Dr Devi Prasad Mohanty, Psycho-oncologist.