ବ୍ରେନ୍ ଷ୍ଟ୍ରୋକ୍: ଏହି ସବୁ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ | Brain Stroke | Dr Subhransu Sekhar Jena
About this video
ଅଣ ସଂକ୍ରାମକ ରୋଗ ବା ନନ୍ କମ୍ୟୁନିକେବୁଲ ଡିଜିଜ୍ କ୍ଷେତ୍ରରେ ଷ୍ଟ୍ରୋକ୍ ହେଉଛି ସର୍ବାଧିକ ମୃତ୍ୟୁ ଓ ଅକ୍ଷମତାର କାରଣ। ଓ୍ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ୍ର ତଥ୍ୟ ଅନୁଯାୟୀ ବିଶ୍ୱରେ ପ୍ରତି ଚାରି ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକ୍ରେ ପ୍ରାଣ ହରାଉଛନ୍ତି। କାହିଁକି ବଢୁଛି ଷ୍ଟ୍ରୋକ୍ ଆକ୍ରାନ୍ତଙ୍କ ସଂଖ୍ୟା? କ’ଣ ଯୁବପିଢ଼ିଙ୍କୁ ବି ହୋଇପାରେ ଷ୍ଟ୍ରୋକ୍? କେମିତି ଚିହ୍ନିବେ ଏହି ଷ୍ଟ୍ରୋକ୍ର ଲକ୍ଷଣ? ଆସନ୍ତୁ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା। ବିଶ୍ଵ ଷ୍ଟ୍ରୋକ୍ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ୍ର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୨୭ରୁ ୩୧ ପର୍ଯ୍ୟନ୍ତ କରାଯାଉଛି ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ - ‘ଷ୍ଟ୍ରୋକ୍ ମୁକ୍ତ ଜୀବନ’। ଏହି ଅଭିଯାନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏକାଡେମିକ୍ ପାର୍ଟନର ରହିଥିବା ବେଳେ, ୟୁସିସିଆଇଏଲ୍ ଏବଂ ଟାଇ ଭୁବନେଶ୍ୱର ଇକୋସିଷ୍ଟମ୍ ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି। When a stroke strikes, every minute matters. It can suddenly affect speech, vision or body movement, changing a life in moments. However, it is preventable and we can alleviate the burden of stroke through lifestyle modifications. Let's learn more about Stroke from Dr Subhransu Sekhar Jena, a Neurologist. On the occasion of World Stroke Day, IFI Foundation in association with OdishaLIVE and Swasthya Plus Network, has launched a 5-day Multi-Lingual Public Health Outreach Campaign, ‘Stroke Mukt Jeevan: Life Free from Stroke’, from October 27 to October 31, 2025. Berhampur University has joined as the Academic Partner of the campaign. TiE Bhubaneswar & UCCIL are supporting the campaign as the Ecosystem Partners.