ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କ୍ୟାନସର କ'ଣ? | Dr Sanjib Kumar Mishra on Gastrointestinal Cancer in Odia
About this video
ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9938668843 ନମ୍ବରରେ କଲ୍ କରିପାରିବେ। ଆମ ଶରୀରରେ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ଟ୍ରାକ୍ଟ ପାଟିଠାରୁ ଆରମ୍ଭ କରି ମଳଦ୍ୱାର ଯାଏଁ ଲମ୍ବିଛି। ଏହି ଟ୍ରାକ୍ଟର ଯେକୌଣସି ସ୍ଥାନରେ କ୍ୟାନସର ହେଲେ ଏହାକୁ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କ୍ୟାନସର ବା ଜିଆଇ କ୍ୟାନସର ବୋଲି କୁହାଯାଏ। ଖାଦ୍ୟନଳୀରେ ହେଲେ ଖାଦ୍ୟନଳୀ କ୍ୟାନସର, ପେଟରେ ହେଲେ ପାକସ୍ଥଳୀ କ୍ୟାନସର, ମଳଦ୍ୱାରରେ ହେଲେ ମଳଦ୍ୱାର କ୍ୟାନସର, ଏସମସ୍ତ କର୍କଟ ରୋଗ ଜିଆଇ କ୍ୟାନସର ଅନ୍ତର୍ଗତ। ତେବେ ଜିଆଇ କ୍ୟାନସର କାହିଁକି ହୁଏ? ଏହାର କାରଣ ଓ ଲକ୍ଷଣ ବିଷୟରେ ବିଶିଷ୍ଟ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।