ସମୟ ପୂର୍ବରୁ ପ୍ରଥମ ପିରିୟଡ୍ସ କାହିଁକି ହେଉଛି?| Early Menarche | First Period | Dr Pramod Kumar Senapati
About this video
ପ୍ରଥମକରି ୠତୁସ୍ରାବ ବା ପିରିୟଡ୍ ହେବାକୁ ଇଂଲିସ୍ରେ ‘ମେନାର୍କି’ କୁହାଯାଏ। ମେନାର୍କି ସାଧାରଣତଃ ୧୦ରୁ ୧୬ ବର୍ଷ ବୟସ ମଧ୍ୟରେ ହୋଇଥାଏ। କେତେକ ଝିଅଙ୍କଠାରେ ଏହା ଶୀଘ୍ର କିମ୍ବା ଡେରିରେ ହୋଇପାରେ। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଝିଅମାନଙ୍କର ସମୟ ପୂର୍ବରୁ ମେନାର୍କି ହେଉଛି। ଏହାକୁ ଏଡ଼ାଇବା ସମ୍ଭବ କି? ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ସେନାପତିଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା। ପିରିୟଡ୍ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ’ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ନେଟ୍ଓ୍ୱର୍କ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର ଏବଂ ପାରାଦୀପ ଫସ୍ଫେଟ୍ସ ଲିମିଟେଡ୍ ପାର୍ଟନର ରହିଛନ୍ତି।