କରୋନା ପାଇଁ ଫିଜିଓଥେରାପି | Dr Saroj Kumar Mishra on Tele-Physiotherapy during COVID Pandemic
About this video
କରୋନା ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବ ଟେଲି-ମେଡିସିନ୍ ଓ ଟେଲି-ଫିଜିଓଥେରାପି। ଲକଡାଉନ୍ କାରଣରୁ ତଥା କରୋନାକୁ ଡରି ଅନେକ ଲୋକେ ମେଡିକାଲରେ ପହଞ୍ଚିପାରୁନାହାନ୍ତି। ତେବେ ସେମାନେ ଟେଲି-ମେଡିସିନ୍ ଓ ଟେଲି-ଫିଜିଓଥେରାପି ଜରିଆରେ ସ୍ୱାସ୍ଥ୍ୟସେବା ପାଇପାରିବେ। ଏନେଇ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନମ୍ବର ମଧ୍ୟ ଜାରି କରାଯାଇଛି। ରୋଗୀ ଫୋନ୍ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବା ସହିତ ଅନଲାଇନରେ ଡାକ୍ତରୀ ରିପୋର୍ଟ ମଧ୍ୟ ପାଇପାରିବେ। ଅନ୍ୟ ପକ୍ଷରେ କରୋନା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଫିଜିଓଥେରାପି ଏକ ଭଲ ଚିକିତ୍ସା। ସିଓପିଡି, ହାର୍ଟ ଫେଲ୍ୟୁଅର, ମଧୁମେହ, ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଏହା ବେଶ୍ ଉପାଦେୟ। ଏନେଇ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା