ମେନୋପଜ୍ ବେଳେ ମାନସିକ ସ୍ୱାସ୍ଥ୍ୟର ଯତ୍ନ | Mental Health Care during Menopause, in Odia | Nidhi Garg
About this video
ମହିଳାମାନଙ୍କଠାରେ ଋତୁସ୍ରାବ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ସମୟକୁ ମେନୋପଜ୍ ବୋଲି କୁହାଯାଏ। ଏହି ସମୟରେ ଶରୀରରେ ହରମୋନ ଅସନ୍ତୁଳନ କାରଣରୁ ମହିଳାମାନେ ଅନେକ ମାନସିକ ସମସ୍ୟା ଦେଇ ଗତିକରଥାନ୍ତି। ଆସନ୍ତୁ ମନସ୍ତତ୍ତ୍ୱବିତ୍ ନିଧି ଗର୍ଗଙ୍କଠାରୁ ମହିଳାଙ୍କର ମେନୋପଜ ସମୟରେ ହେଉଥିବା ମାନସିକ ସମସ୍ୟା ଏବଂ ତାହାର ଯତ୍ନ ବିଷୟରେ ଅଧିକ ଜାଣିବା। ବୟସ୍କ ମହିଳାଙ୍କଠାରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଓ ଓଡ଼ିଶାଲାଇଭ୍ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୬ରୁ ୧୦ ପର୍ଯ୍ୟନ୍ତ ମହିଳାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମହିଳାଙ୍କ ଜୀବନର ସମସ୍ତ ପର୍ଯ୍ୟାୟରେ ହେଉଥିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। Menopause marks the phase when a woman's menstrual cycle ceases completely. During this time, hormonal imbalances in the body can lead to various psychological challenges. Let's know more about Mental Health Care during Menopause from Nidhi Garg, a Psychologist. Mental Health Care for Older Women, in Odia IFI Foundation collaborates with Swasthya Plus Network, and OdishaLIVE present a special "Women's Health" awareness program from March 6-10, 2025. Empower yourself with discussions on holistic well-being, knowledge-sharing, and community building. Let's prioritize and champion women's mental & physical health together!