ଗର୍ଭାବସ୍ଥା ଉପରେ କିଭଳି ପ୍ରଭାବ ପକାଏ କରୋନା? | Dr. Sujata Kar on Impact of COVID-19 during pregnancy

Dr Sujata Kar29 April 202015:242.9K views

About this video

କରୋନା ସମୟରେ କିପରି ନେବେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଯତ୍ନ? ଜଣାଶୁଣା ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କଠାରୁ ଆସନ୍ତୁ ଜାଣିବା କରୋନା ଭଳି ମହାମାରୀ ସମୟରେ କିଭଳି ଗର୍ଭବତୀ ମା’ ଓ ନବଜାତ ଶିଶୁମାନଙ୍କୁ ସୁରକ୍ଷିତ ରଖିବା? (Impact of COVID-19 on Pregnant Women and Newborn, in Odia) ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା (କୋଭିଡ୍‌-୧୯) ସଂକ୍ରମଣ ହୋଇପାରେ। ଏହି ଭାଇରସ ଜଣେ ସାଧାରଣ ଲୋକ ଉପରେ ଯେଉଁଭଳି ଭାବେ ପ୍ରଭାବ ପକାଇଥାଏ, ଗର୍ଭବତୀ ମହିଳାଙ୍କୁ ମଧ୍ୟ ସେଭଳି ପ୍ରଭାବ ପକାଇଥାଏ। ବିଶେଷକରି କରୋନା ସଂକ୍ରମଣ ଖୁବ୍‌ଶୀଘ୍ର ଓ ବ୍ୟାପକ ଭାବରେ ହେଉଥିବାରୁ ଗର୍ଭବତୀ ମହିଳାମାନେ ସଚେତନ ରହିବା ଜରୁରୀ। ଏହି ଭିଡିଓରେ ଯେଉଁସବୁ ପ୍ରଶ୍ନର ଉତ୍ତର ରହିଛି ସେଗୁଡ଼ିକ ହେଲା: • ଗର୍ଭବତୀ ମହିଳା କିଭଳି ନିଜକୁ କରୋନା ସଂକ୍ରମଣରୁ ଦୂରେଇ ରଖିବେ? • ନବଜାତ ଶିଶୁଙ୍କୁ କିଭଳି ହେବ ନାହିଁ କରୋନା ସଂକ୍ରମଣ? • ମା’କୁ କରୋନା ହୋଇଥିଲେ ସ୍ତନ୍ୟପାନ କରୁଥିବା ଶିଶୁ ସଂକ୍ରମିତ ହେବ କି? • କରୋନା ସମୟରେ ଗର୍ଭଧାରଣ କରିବାରେ କିଛି ଅସୁବିଧା ରହିଛି କି? • ଏବେ ବନ୍ଧ୍ୟା ଦୋଷ ଚିକିତ୍ସା କରିବେ ନା ସାଧାରଣ ସମୟକୁ ଅପେକ୍ଷା କରିବେ? ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: This article, published on leading Odia digital platform ‘Swasthya Plus’, is based on the interview with Dr Sujata Kar, a renowned Gynecologist and Obstetrician. She is speaking on the probable impact of COVID-19 during pregnancy and advises on how to keep the mother and the newborn safe from this pandemic.