କରୋନା ଆର୍ଥିକ ସଙ୍କଟ ବାବଦରେ ପରାମର୍ଶ | Gita Das, Psychologist, Web Series, Episode-5

Swasthya Plus Network21 April 20208:53120 views

About this video

L I K E || S H A R E || S U B S C R I B E କରୋନା ଭାଇରସ୍‌ ମାତିଛି। ତେଣୁ ସାରା ଦେଶରେ ଏବେ ଲକ୍‌ଡାଉନ୍‌। କେବଳ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଆଉ ସବୁ ଦୋକାନବଜାର ବନ୍ଦ। ଏହି ମହାମାରୀ ପାଇଁ ଆଜି କୋଟି କୋଟି ଲୋକଙ୍କ ଜୀବନଜୀବିକା ଏକପ୍ରକାର ଠପ୍‌ ହୋଇଯାଇଛି।… ତେବେ, ପୁଣି ଦିନେ ସବୁକିଛି ସାଧାରଣ ହେବ! ଚାକିରିଆ ଲୋକ ପ୍ରତିଦିନ ପରି ଅଫିସକୁ ବାହାରିବେ। ଦିନ ମଜୁରିଆ ମଣିଷଟି ବାହାରିବ ତା’ର ରୋଜଗାର ପାଇଁ। ଖାଲି ଗୋଟିଏ କଥା, ଏବେ ଏମିତି କାମଧନ୍ଦା ନକରି ହାତ ବାନ୍ଧି ବସି ରହିବା ଫଳରେ ଘରେ ଘରେ ଲୋକଙ୍କ ମନରେ ନାନା ଦୁଃଶ୍ଚିନ୍ତା। … ସାଧାରଣ ବ୍ୟବସାୟୀ, ମଧ୍ୟବିତ୍ତ, ଚାଷୀ, ଖଟିଖିଆ – ରୋଜଗାର ନଥିବାରୁ ଆଜି ସମସ୍ତଙ୍କ ମନରେ ଭବିଷ୍ୟତକୁ ନେଇ ଭୟ! ଏ ସମୟରେ ତାଙ୍କୁ କ’ଣ କହି ଆଶ୍ଵାସନା ଦେବା? ଆସନ୍ତୁ ଶୁଣିବା ଏ ବିଷୟରେ କ’ଣ ପରାମର୍ଶ ଦେଉଛନ୍ତି ପ୍ରବାସୀ ଓଡ଼ିଆ ମନୋବିଜ୍ଞାନୀ ଶ୍ରୀମତୀ ଗୀତା ଦାସ। ୱେବ୍ ସିରିଜ୍‌: ‘କରୋନାକୁ ଡରନା’ ପ୍ରସ୍ତୁତି: ସ୍ଵାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭ୍। ମନୋବିଜ୍ଞାନୀ ଗୀତା ଦାସଙ୍କ କଥାକୁ ଆପଣମାନଙ୍କ ପାଖରେ ପହଞ୍ଚାଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ସମ୍ପାଦକ ନୀଳାମ୍ବର ରଥ। Gita Das, an internationally acclaimed psychologist living in Canada is answering to various questions arising on the mind of people at the time of COVID-19 pandemic. A Swasthya Plus and OdishaLIVE media initiative. Please write your opinion on the video in the comment section. Share link of this video with your family members, friends and close groups on WhatsApp. ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। SwashtyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more! Connect with us at www.swasthya.plus