ୠତୁସ୍ରାବ ପରିଚାଳନାରେ ପରିବାରର ଭୂମିକା | Role of Parents during Menarche, in Odia | Swagatika Samantaray
About this video
ପିରିୟଡ୍ସ ପରେ ପରେ ପରିବାର ଓ ସମାଜ ଝିଅମାନଙ୍କୁ ଅନେକ କଥାରେ ବାରଣ କରିଥାନ୍ତି। ହଠାତ ଗୋଟେ ଝିଅର ଖେଳିବା, ବୁଲିବା ଏକପ୍ରକାର ବନ୍ଦ ହୋଇଯାଏ। ଏହା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ଏହି ସମୟରେ ପରିବାର, ସମାଜ, ସାଙ୍ଗସାଥୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ, ୠତୁସ୍ରାବ ପରିଚାଳନାରେ ପରିବାର ଓ ଅନ୍ୟମାନଙ୍କ ଭୂମିକା ବିଷୟରେ ମନସ୍ତତ୍ୱବିତ୍ ସ୍ୱାଗତିକା ସାମନ୍ତରାୟଙ୍କଠାରୁ ଏହି ଭିଡିଓ ମାଧ୍ୟମରେ ଜାଣିବା। ପିରିୟଡ୍ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍। Parents, peers, and the community each play crucial roles during periods. Parents educate about menstruation, provide emotional support, and ensure access to menstrual products, helping children feel confident and comfortable. Let’s know more about the Role of Parents during Menarche from Swagatika Samantray, a Psychologist.