ଷ୍ଟ୍ରୋକ୍ର ଲକ୍ଷଣ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ | Brain Stroke: Know the Symptoms |Dr Ashok Kumar Mahapatra
About this video
କୌଣସି ବ୍ୟକ୍ତିକୁ ବ୍ରେନ୍ ଷ୍ଟ୍ରୋକ୍ ହେଲେ ତୁରନ୍ତ ଚିକିତ୍ସା କରିବା ଦରକାର। ନହେଲେ ଶରୀର ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଯିବା କିମ୍ବା ଜୀବନ ଯିବାର ମଧ୍ୟ ଭୟ ରହିଥାଏ। ତେଣୁ ଷ୍ଟ୍ରୋକର ଲକ୍ଷଣ ଚିହ୍ନି ରୋଗୀ ଯଥାଶୀଘ୍ର କିପରି ହସ୍ପିଟାଲ ପହଞ୍ଚିପାରିବ, ସେଦିଗରେ ଅଧିକ ଦାୟିତ୍ବବାନ ହେବା ଆବଶ୍ୟକ। ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଥିଲେ ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ। ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଥିଲେ। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ସହିତ ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ଆସନ୍ତୁ ଷ୍ଟ୍ରୋକ୍ ଚିକିତ୍ସା ବଷୟରେ ଅଧିକ ଜାଣିବା।