ଗର୍ଭାବସ୍ଥାରେ ଥାଲାସେମିଆ ସ୍କ୍ରିନିଂ | Thalassemia Screening during Pregnancy | Dr Anamika Mishra

Dr Anamika Mishra16 April 20267:25627 views

About this video

ଗର୍ଭାବସ୍ଥାରେ ଥାଲାସେମିଆ ସ୍କ୍ରିନିଂ କରାଇବା ବହୁତ ଜରୁରୀ, କାରଣ ଏହା ଏକ ଜନ୍ମଜାତ ରକ୍ତ ସମ୍ବନ୍ଧୀୟ ବିକାର। ଯଦି ଦୁଇଜଣ ଅଭିଭାବକ ଥାଲାସେମିଆ ବାହକ (carrier) ହୋଇଥାନ୍ତି, ତେବେ ଶିଶୁଠାରେ ଥାଲାସେମିଆ ହେବାର ସମ୍ଭାବନା ଥାଏ। ସମୟରେ ସ୍କ୍ରିନିଂ କଲେ ଜଣା ପଡ଼େ ଯେ ମାଆ ଓ ବାପାଙ୍କ ମଧ୍ୟରୁ କେହି ବାହକ କି ନୁହେଁ। ଏହା ଦ୍ୱାରା ଡାକ୍ତରମାନେ ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କରେ ପୂର୍ବରୁ ପରାମର୍ଶ ଦେଇପାରନ୍ତି। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅନାମିକା ମିଶ୍ରଙ୍କଠାରୁ ଏନେଇ ଅଧିକ ଜାଣିବା।