ପେରିଫେରାଲ ନ୍ୟୁରୋପାଥି: ଲକ୍ଷଣରୁ ଜାଣନ୍ତୁ | Peripheral Neuropathy in Odia | Dr Lulup Kumar Sahoo
About this video
ପେରିଫେରାଲ ନ୍ୟୁରୋପାଥି ହେଉଛି ସ୍ନାୟୁ ଜନିତ ସମସ୍ୟା। ଆମ ଶରୀରରେ ଥିବା ସ୍ନାୟୁ ମଣ୍ଡଳ ବା ନର୍ଭସ ସିଷ୍ଟମ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ସ୍ନାୟୁରେ କୌଣସି ସମସ୍ୟା କିମ୍ବା ରୋଗ ହେଲେ, ଏହାକୁ ନ୍ୟୁରୋପାଥି ବୋଲି କୁହାଯାଏ। ସାଧାରଣତଃ ପେରିଫେରାଲ ନ୍ୟୁରୋପାଥିରେ ହାତ ଗୋଡ଼ ଝିମ୍ ଝିମ୍ ହୋଇପାରେ, କାଲୁଆ, ବଧିରା ପଡ଼ିଯିବା ଭଳି ଲକ୍ଷଣ ଦେଖାଦେଇଥାଏ। ଆସନ୍ତୁ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଲୁଲୁପ୍ କୁମାର ସାହୁଙ୍କଠାରୁ ଏହାର ଚିକିତ୍ସା ବିଷୟରେ ଜାଣିବା।