ଓଭାରିଆନ୍ କ୍ୟାନସର କ'ଣ? ଜାଣନ୍ତୁ ଓ ଜିଣନ୍ତୁ | Dr Sanjib Kumar Mishra on Ovarian Cancer in Odia

Dr Sanjib Kumar Mishra30 September 20209:208.6K views

About this video

ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9938668843 ନମ୍ବରରେ କଲ୍ କରିପାରିବେ। ମହିଳାମାନଙ୍କଠାରେ ଦ୍ଵିତୀୟ ବୃହତ୍ତମ କର୍କଟ ରୋଗ ହେଉଛି ଓଭାରିଆନ୍ କ୍ୟାନସର ବା ଗର୍ଭାଶୟ କର୍କଟ ରୋଗ। ଏହା ମହିଳାମାନଙ୍କ ଗର୍ଭାଶୟରେ ହୋଇଥାଏ। ଓଭାରିଆନ୍ କ୍ୟାନସର ସାଧାରଣତଃ ବଂଶଗତ କାରଣ ଯୋଗୁଁ ହୋଇଥାଏ। ତେଣୁ ନିୟମିତ ଡାକ୍ତରଙ୍କ ପରାମର୍ଶ କରି ପ୍ରାରମ୍ଭିକ ଅବସ୍ଥାରୁ ଓଭାରିଆନ୍ କ୍ୟାନସରକୁ ଚିହ୍ନି ପାରିଲେ ଏହାର ଚିକିତ୍ସା ଫଳପ୍ରଦ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଓଭାରିଆନ୍ କ୍ୟାନସରର କାରଣ, ଲକ୍ଷଣ ଓ ଚିକିତ୍ସାକୁ ନେଇ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ୍ ଡାକ୍ତର ସଂଜୀବ କୁମାର ମିଶ୍ର କଣ କହୁଛନ୍ତି।