ସ୍କ୍ରବ୍ ଟାଇଫସ୍: ଲକ୍ଷଣ, ଚିକିତ୍ସା ଓ ପ୍ରତିରୋଧ |Scrub Typhus: Symptoms & Treatment| Dr Samir Ranjan Jena
About this video
ସ୍କ୍ରବ୍ ଟାଇଫସ୍ ହେଉଛି ଏକ ଜୀବାଣୁ ଜନିତ ରୋଗ। ଓରିଏନ୍ସିଆ ସୁସୁଗାମୁସି ନାମକ ଜୀବାଣୁ ଦ୍ୱାରା ହୋଇଥାଏ। ଚିଗର୍ ନାମକ ଏକ କୀଟ କାମୁଡ଼ିଲେ ସ୍କ୍ରବ୍ ଟାଇଫସ୍ ହୋଇଥାଏ। ଏହି ରୋଗ ଏତେ ଭୟଙ୍କର ଯେ, ଚିକିତ୍ସା ଅବହେଳାରୁ ଜୀବନ ମଧ୍ୟ ଯାଇପାରେ। ତେଣୁ ସ୍କ୍ରବ୍ ଟାଇଫସ୍ର ଲକ୍ଷଣକୁ ଚିହ୍ନି ଠିକ ସମୟରେ ଚିକିତ୍ସା କରାଇଲେ ଏହାଦ୍ୱାରା ଦେଖାଦେଉଥିବା ଜଟିଳତାକୁ ଏଡ଼ାଇପାରିବେ। ସ୍କ୍ରବ୍ ଟାଇଫସ୍ର ଲକ୍ଷଣ କ’ଣ? ସ୍କ୍ରବ୍ ଟାଇଫସ୍କୁ ରୋକିବେ କିପରି? ଆସନ୍ତୁ, ବିଶିଷ୍ଟ ମେଡ଼ିସିନ୍ ସ୍ପେଶାଲିଷ୍ଟ୍ ଡାକ୍ତର ସମୀର ରଞ୍ଜନ ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା।