କାନ: ସଫା କରିବାର ସଠିକ ଉପାୟ | How to Clean your Ears? in Odia | Dr Rajlaxmi Panigrahi
About this video
ସାଧାରଣତଃ କାନରେ ମଳି ଜମିବା, ଥଣ୍ଡା, ସଂକ୍ରମଣ ଓ ଅନ୍ୟାନ୍ୟ କାରଣରୁ କାନ ବିନ୍ଧା ହୋଇପାରେ। ତେଣୁ କାନକୁ ସଫା ରଖିବା ନିହାତି ଜରୁରୀ। ତେବେ କାନର ଯତ୍ନ କିପରି ନେବେ, ଖାସ୍ କରି କାନକୁ ସଫା କିପରି କରିବେ? ଆସନ୍ତୁ ବିଶିଷ୍ଟ କର୍ଣ୍ଣ, ନାଶା, ଗଳା ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା। କାନକୁ କେମିତି ରଖିବେ ସଫା? ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩ ତାରିଖରେ ବିଶ୍ୱ ଶ୍ରବଣ ଶକ୍ତି ଦିବସ ପାଳନ କରାଯାଏ। ବଧିରତାରୁ ମନୁଷ୍ୟ କିଭଳି ନିଜକୁ ବଞ୍ଚାଇପାରିବେ ସେ ଦିଗରେ ସଚେତନତା ସୃଷ୍ଟି ଏବଂ କାନର ଯତ୍ନ ନେବାକୁ କେନ୍ଦ୍ର କରି ଏହି ଦିବସକୁ ପାଳନ କରାଯାଏ। ‘ବିଶ୍ୱ ଶ୍ରବଣ ଶକ୍ତି ଦିବସ’ ପାଳନ ଅବସରରେ ଶ୍ରବଣ ଜନିତ ସମସ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଏକ କାର୍ଯ୍ୟକ୍ରମ କରାଯାଉଛି। ଶ୍ରବଣ ଜନିତ ସମସ୍ୟା ଏବଂ କାନର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। Ear health is crucial for overall well-being, as the ears play a vital role in various aspects of our daily lives. Maintaining good ear health involves practicing proper ear hygiene, protecting the ears from excessive noise, seeking timely medical attention for any issues. What is the right technique to clean our ears? Let's know more from Dr Rajlaxmi Panigrahi, an ENT Specialist. How to clean your Ears? in Odia World Hearing Day is observed annually on March 3rd, raising awareness about hearing loss and promoting global ear and hearing care. Together, we can create a world where everyone can enjoy the sounds of life. Join the awareness campaign by IFI Foundation in association with Swasthya Plus Network, and OdishaLIVE on this World Hearing Day.