କୋଭିଡ୍-୧୯ ବେଳେ ଦିବ୍ୟାଙ୍ଗମାନଙ୍କ ସମସ୍ୟା ଓ ତାର ସମାଧାନର ରାସ୍ତା | Differently - abled Children & COVID-19

Swasthya Plus Network2 August 202020:0635 views

About this video

L I K E || S H A R E || S U B S C R I B E କୋଭିଡ୍‌-୧୯ ମହାମାରୀ ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଇଛି। କିଏ ଜୀବିକା ହରାଇଛି ତ ପୁଣି କିଏ ପାଠପଢ଼ାରୁ ବଞ୍ଚିତ ହୋଇଛି। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କରୋନା ସମସ୍ୟା ସୃଷ୍ଟି କରିଛି। ସାଧାରଣ ଲୋକଙ୍କ ଜୀବନଯାତ୍ରା ଉପରେ କରୋନା ପ୍ରଭାବ ପକାଇଥିବା ବେଳେ ଆମ ସମାଜର ଭିନ୍ନକ୍ଷମ ବ୍ୟକ୍ତିମାନେ ଆହୁରି ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ସମୟରେ ଭିନ୍ନକ୍ଷମମାନେ କେମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କ ପାଇଁ ସମାଧାନର ରାସ୍ତା କ’ଣ ଅଛି ତାହା ଏଥରର ରେଡିଓ ଧାରାବାହିକ କେତେ ନୂଆବାଟରେ ସ୍ଥାନ ପାଇଛି। ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ ହେବ। କୋଭିଡ୍-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଅଡିଓ ସିରିଜ୍ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି। ଏହି ସିରିଜର ରେଡିଓ ପ୍ରସାରଣ ସହିତ ଡିଜିଟାଲରେ ପ୍ରସାରଣ କରାଯାଉଛି। ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ପ୍ଲସର ପୋର୍ଟାଲ ସହିତ ଫେସବୁକ୍ ଏବଂ ୟୁଟ୍ୟୁବ୍ ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଦେଶ ବିଦେଶର ଦର୍ଶକ ଓ ଶ୍ରୋତାଙ୍କ ନିକଟରେ ଏହା ପହଞ୍ଚୁଛି।