Skip to main content

ଷ୍ଟ୍ରୋକ୍‌ ମୁକ୍ତ ଜୀବନ | Life Free from Stroke | World Stroke Day 2023

Swasthya Plus Network29 October 202318:513.5K views

About this video

ବ୍ରେନ୍‌ ଷ୍ଟ୍ରୋକ୍‌ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି। ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟ ଅଭ୍ୟାସ, ଉଚ୍ଚରକ୍ତଚାପ, ଅନିୟନ୍ତ୍ରିତ ମଧୁମେହ ଭଳି ଅନେକ କାରଣ ଯୋଗୁଁ ବର୍ତ୍ତମାନ ଷ୍ଟ୍ରୋକ୍‌ର ମାମଲା ବଢ଼ିବାରେ ଲାଗିଛି। ତେଣୁ, ଷ୍ଟ୍ରୋକ୍‌ ମୁକ୍ତ ଜୀବନ ପାଇଁ ଏହାର କାରଣ, ଲକ୍ଷଣ, ଚିକିତ୍ସା ଏବଂ ଷ୍ଟ୍ରୋକ୍‌ ପରବର୍ତ୍ତି ପରିଚାଳନା ବିଷୟରେ ଅବଗତ ହେବା ଜରୁରୀ। ବିଶ୍ଵ ଷ୍ଟ୍ରୋକ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ‘ଆଇସିଏମଆର-ଆରଏମଆରସି’, ‘ଇଣ୍ଡିଆନ୍ ପବ୍ଲିକ ହେଲ୍‌ଥ ଆସୋସିଏସନ୍’ ଏବଂ ‘ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ’ ନଲେଜ ପାର୍ଟନର ରହିଛନ୍ତି। ଏହାସହ ‘କେୟାର ହସ୍ପିଟାଲ’ କାର୍ଯ୍ୟକ୍ରମର ହେଲଥ କେୟାର ପାର୍ଟନର ରହିଛି। Strokes are a major global health issue due to lifestyle changes, high blood pressure, and diabetes. It's vital to know the causes, symptoms, treatment, and post-stroke care for a healthier life. Let's know more about Prevention and Management of Stroke.