ମୀନାର ତିନୋଟି ଇଚ୍ଛା - Odia Animation Series | Meena's Three Wishes
About this video
ମଣିଷର ସୁସ୍ଥ ଜୀବନଯାପନ ପାଇଁ ପରିମଳ କେତେ ଗୁରୁତ୍ଵପୂର୍ଣ୍ଣ ସେ ବିଷୟରେ ଏହି ଅଧ୍ୟାୟରେ କୁହାଯାଇଛି। ମୀନାର ତିନୋଟି ଇଚ୍ଛା ମଧ୍ୟରେ ରହିଛି ଘରେ ଘରେ ପାଇଖାନା ବସିବା, ଲୋକେ ପିଇବା ଏବଂ ଘରେ ବ୍ୟବହାର କରିବା ପାଇଁ ଶୁଦ୍ଧ ପାଣି କିପରି ପାଇପାରିବେ ଏବଂ ସମସ୍ତେ କିପରି ନିୟମିତ ବ୍ୟବଧାନରେ ହାତକୁ ସାବୁନରେ ସଫା କରିବେ। ମୀନାର କହିବା କଥା ହେଲା ଯେ, ଏହି ତିନୋଟି କଥା ପାଳନ କଲେ ତରଳ ଝାଡ଼ା ତଥା ଏହି ଭଳି ଅନ୍ୟ କେତେ ରୋଗ ଆପେ ଆପେ ଦୂର ହୋଇଯିବ। ଆସନ୍ତୁ ଭିଡିଓ ଦେଖି ଜାଣିବା ଲୋକମାନଙ୍କୁ ପ୍ରଭାବିତ କରି ମୀନା କିପରି ଏହି ତିନୋଟି କଥାକୁ ନିଜ ଘରେ ଓ ଗାଁରେ ସମ୍ଭବ କରିପାରିଲା। ୟୁନିସେଫ ଦ୍ୱାରା ପ୍ରଯୋଜିତ ‘ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ, ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ। ଡିଜିଟାଲ ଗଣମାଧ୍ୟମ ଅଭିଯାନ ‘କେତେ ନୂଆ ବାଟ'ର ଅଂଶ ଭାବରେ ମୀନାର ଡିଜିଟାଲ ଗଣମାଧ୍ୟମ ଅଭିଯାନ ଆରମ୍ଭ ହୋଇଛି । ଏହାର ବାର୍ତା ରହିଛି "ଆସନ୍ତାକାଲି ପାଇଁ ଯୋଡ଼ିହେବା”। ପରିବାର ମଧ୍ୟରେ ସଚେତନତା, ଅନୁକୁଳ ବାତାବରଣ ସୃଷ୍ଟି ଓ ବିଶେଷ କରି ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଅଗ୍ରଣୀ ଓଡ଼ିଆ ଖବର ପ୍ଲାଟଫର୍ମ ‘ଓଡ଼ିଶା ଲାଇଭ', ‘ଓଡ଼ିଆ ଡିଜିଟାଲ ହେଲଥ ଏବଂ ଆରୋଗ୍ୟ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ'ର ୱେବ ଏବଂ ସାମାଜିକ ଗଣମାଧ୍ୟମ ଦ୍ୱାରା ୟିନିସେଫ ସହାୟତାରେ ଆରମ୍ଭ ହୋଇଛି ଏହି ଡିଜିଟାଲ ସଚେତନତା ଅଭିଯାନ ‘କେତେ ନୂଆ ବାଟ'। This episode of the Meena animation series focuses on the importance of proper hygiene. It explores the need for people to use toilets, practice good hand hygiene, as well as using safe sources of water for drinking and other domestic consumption. These three wishes of Meena are simple but effective habits to keep diseases like diarrhea away! ‘Meena’ is a popular animation series which was produced by UNICEF in the nineties to create awareness on providing equal space to the girl child in every endeavor of her life. In the animated videos Meena, the protagonist, takes you through her adventures with her brother Raju and her parrot Mithu discussing the lives of children in the setting of their village and beyond. The dissemination of the Meena Odia animation series is a part of the digital media campaign ‘Keta Nua Bata’, with the motto, ‘Together for Tomorrow’, which aims at spreading awareness, positivity, and promote a sense of togetherness for children and families. The ‘Kete Nua Bata’ initiative by leading Odia news platform ‘OdishaLIVE’ and Odia digital health and wellness platform ‘Swasthya Plus’ is supported by UNICEF. ପ୍ରଯୋଜନା: ୟୁନିସେଫ୍ ଡିଜିଟାଲ୍ ପ୍ରସାରଣ: ସ୍ଵାସ୍ଥ୍ୟପ୍ଲସ୍ Produced by: UNICEF Digital Outreach: Swasthya Plus