ସୁସ୍ଥ କିଡ୍ନି ପାଇଁ ସଠିକ ଡାଏଟ୍ | Diet for Healthy Kidney in Odia | Sushree Tapaswini Das
About this video
କିଡ୍ନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରୁ ବର୍ଜ୍ୟ ବସ୍ତୁକୁ ଛାଣିବାରେ ସାହାଯ୍ୟ କରିଥାଏ। ତେଣୁ କିଡ୍ନିକୁ ସୁସ୍ଥ ରଖିବା ନିହାତି ଜରୁରୀ। କିଡ୍ନିକୁ ସୁସ୍ଥ ରଖିବା ପାଇଁ ସଠିକ୍ ଖାଦ୍ୟପେୟର ମଧ୍ୟ ଆବଶ୍ୟକତା ଥାଏ। ଆସନ୍ତୁ ଡାଏଟିସିଆନ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ ଜାଣିବା କିଡ୍ନିକୁ ସୁସ୍ଥ ରଖିବା ପାଇଁ କିଛି ଟିପ୍ସ। କିଡ୍ନିର ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ୍ନି ଦିବସ ଭାବେ ପାଳନ କରାଯାଉଛି। ସୁସ୍ଥ କିଡ୍ନି ପାଇଁ ସଠିକ ଡାଏଟ୍ ବିଶ୍ୱ କିଡ୍ନି ଦିବସ ପରିପ୍ରେକ୍ଷୀରେ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଓ ଓଡ଼ିଶାଲାଇଭ୍ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୩ରୁ ୧୫ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡ୍ନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ କରାଯାଉଛି। For a healthy kidney diet plays a crucial role in maintaining kidney function and preventing kidney disease. Diet helps your kidneys maintain a healthy balance of salts and minerals in your body and helps you to feel better. What to eat & what not for a healthy Kidney? Let's know more from Sushree Tapaswini Das, a Dietician. Diet for Healthy Kidney