ଘାତକ ସାଜୁଛି ବ୍ରେନ୍ ଷ୍ଟ୍ରୋକ୍: କେମିତି ରୋକିବେ? | Brain Stroke: All you Need to Know | World Stroke Day
About this video
ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ପାଲଟିଛି। ଉଚ୍ଚ ରକ୍ତଚାପ, ଅନିୟନ୍ତ୍ରିତ ମଧୁମେହ, ମୋଟାପଣ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ବ୍ରେନ୍ ଷ୍ଟ୍ରୋକ୍ ଘଟଣା ବଢ଼ିବାରେ ଲାଗିଛି। କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ଆସନ୍ତୁ, ଏହି ଭିଡିଓରେ ଦେଖିବା ଷ୍ଟ୍ରୋକ୍ କାହିଁକି ବଢୁଛି? କେମିତି ଏହାର ମୁକାବିଲା କରିବେ? ବିଶ୍ଵ ଷ୍ଟ୍ରୋକ୍ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ୍ର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୨୭ରୁ ୩୧ ପର୍ଯ୍ୟନ୍ତ କରାଯାଉଛି ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ - ‘ଷ୍ଟ୍ରୋକ୍ ମୁକ୍ତ ଜୀବନ’। ଏହି ଅଭିଯାନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏକାଡେମିକ୍ ପାର୍ଟନର ରହିଥିବା ବେଳେ, ୟୁସିସିଆଇଏଲ୍ ଏବଂ ଟାଇ ଭୁବନେଶ୍ୱର ଇକୋସିଷ୍ଟମ୍ ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି। Stroke is a silent killer & one of the world’s leading causes of death & disability. It was once considered a condition primarily affecting older adults, but now also places young masses at risk. When a Stroke strikes, every minute counts because acting fast can save lives, reduce brain damage & make recovery possible. Let's learn more about Stroke in this video. On the occasion of World Stroke Day, IFI Foundation in association with OdishaLIVE and Swasthya Plus Network, has launched a 5-day Multi-Lingual Public Health Outreach Campaign, ‘Stroke Mukt Jeevan: Life Free from Stroke’, from October 27 to October 31, 2025. Berhampur University has joined as the Academic Partner of the campaign. TiE Bhubaneswar & UCCIL are supporting the campaign as the Ecosystem Partners.