କିଡ୍ନିକୁ ସୁସ୍ଥ ରଖିବା ପାଇଁ ୫ଟି ଉପାୟ | Tips for Health Kidney, in Odia | Dr Manas Ranjan Pradhan
About this video
କିଡ୍ନି ଆମ ଶରୀରରୁ ବର୍ଯ୍ୟବସ୍ତୁ ସଫା କରିବା ସହିତ ଶରୀରରେ ରକ୍ତ ପରିଷ୍କାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯଦି କିଡ୍ନି ଏହି କାର୍ଯ୍ୟ କରିବା ବନ୍ଦ କରିଦିଏ ତାହାହେଲେ ସମ୍ପୂର୍ଣ୍ଣ ଶରୀର ବିଗିଡ଼ି ଯାଏ। ତେଣୁ କିଡ୍ନିକୁ ସୁସ୍ଥ ରଖିବା ଜରୁରୀ। ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଜାଣିବା କିଡ୍ନି ସୁସ୍ଥ ରଖିବାର ୫ଟି ଉପାୟ। କିଡ୍ନିର ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ୍ନି ଦିବସ ଭାବେ ପାଳନ କରାଯାଉଛି। କିଡ୍ନିକୁ ସୁସ୍ଥ ରଖିବା ପାଇଁ ୫ଟି ଉପାୟ ବିଶ୍ୱ କିଡ୍ନି ଦିବସ ପରିପ୍ରେକ୍ଷୀରେ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଓ ଓଡ଼ିଶାଲାଇଭ୍ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୩ରୁ ୧୫ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡ୍ନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ କରାଯାଉଛି। Kidney is an excretory organ of the body. Kidneys remove waste products from the blood and produce urine. Maintaining kidney health is vital for overall well-being. How to keep your Kidney healthy? Let's know more from Dr Manas Ranjan Pradhan, a Urologist. Tips for Healthy Kidney